(ପ୍ରିୟଦର୍ଶନୀ ସ୍ୱାଇଁ): ମୃତ୍ୟୁ କେତେବେଳେ କେଉଁଠି ଆସେ କେହି ଜାଣିପାରନ୍ତି ନାହିଁ । ବିଲକୁ କାମ କରିବାକୁ ଯାଇ ଅଚେତ ହୋଇ ପଡ଼ିଯାଇଥିଲେ ଜଣେ ଭଦ୍ରକ ନୁଆଗାଁର ଯୁବକ । ସ୍ଥାନୀୟ ମେଡ଼ିକାଲରେ ଡ଼ାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ମୃତ ଯୁବକ ଜଣକ ହେଉଛନ୍ତି ଶତ୍ରୃଘ୍ନ ମଲ୍ଲିକ । ତେବେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ ।
ସୂଚନାନୁଯାୟୀ,ଭଦ୍ରକ ନୂଆଗାଁରେ ଜଣେ ଯୁବକ ବିଲରେ କାମ କରୁଥିବା ବେଳେ କୀଟନାଶକ ପକାଇବା ସମୟରେ ହଠାତ ତଳେ ପଡ଼ିଯାଇଥିଲେ । ପାଖ ଚାଷୀମାନେ ଏପରି ଅବସ୍ଥା ଦେଖି ବାସୁଦେବପୁର ମେଡ଼ିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡ଼ାକ୍ତର ମୃତ ଘୋଷଣା କରିଥିଲେ । ମୃତକ ଜଣକ ହେଉଛନ୍ତି ଉକ୍ତ ଗ୍ରାମର ରବିନ୍ଦ୍ରମଲ୍ଲିକଙ୍କ ପୁଅ ଶତ୍ରୃଘ୍ନ ମଲ୍ଲିକ । ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।