ଜ୍ୟୋତିରଂଜନ ଧର / ଅନୁଗୁଳ : ଅନୁଗୁଳ ଜିଲ୍ଲା ଇଲାକା କୁମୁଣ୍ଡା ମରଡସାହିରେ ୩ତାରିଖ ବିଳମ୍ବିତ ରାତିରେ ମାଲିକ ପତ୍ନୀନବାସୀ ସାହୁ(୮୦)ଙ୍କୁ ହତ୍ୟାକରି ଘରେ କଳାକନା ବୁଲାଥିବା ଅଭିଯୁକ୍ତ ଟ୍ରାକ୍ଟର ଚାଳକ ପଡିଛି କଣିହାଁ ପୁଲିସ ପଞ୍ଝାରେ । ଅଭିଯୁକ୍ତ ଟ୍ରାକ୍ଟର ଚାଳକ ଜଣକ ହେଲେ ପାଳଲହଡା ଥାନା ସିମିଆପାଲି ଗ୍ରାମର ବିକାଶ ଧିବର ବୋଲି ଥାନା ଆଇଆଇସି ରାଜେନ୍ଦ୍ର ନାରାୟଣ ପଟ୍ଟନାୟକ ସୂଚନା ଦେଇଛନ୍ତି । ଅଭିଯୁକ୍ତ ବିକାଶ ନିଜ ଘରକୁ ଆସିଥିବାର ସ୍ପଷ୍ଟ ସୂଚନା ପାଇଥିଲା ।
ଏହା ପରେ ଅଭିଯୁକ୍ତ ବିକାଶ ର ଘରେ ପୁଲିସ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଥିଲା ।ସିମିଆପାଲି ଗ୍ରାମ ନିଜ ଘରୁ ଅଭିଯୁକ୍ତ ବିକାଶକୁ ଗିରଫ କରିବାରେ ପୁଲିସ ସକ୍ଷମ ହୋଇଥିଲା । ପରେ ଥାନାକୁ ଆଣି ଅଭିଯୁକ୍ତ ବିକାଶ କୁ ପୁଲିସ ମାରାଥନ ଜେରା କରି ସତ ଓଗାଳି ଥିଲା । ଶେଷରେ ଅଭିଯୁକ୍ତ ବିକାଶ ହିଁ ନିଜେ ହତ୍ୟା ପରେ ଲୁଟପାଟ କରିଥିବା ପୁଲିସ ଆଗରେ ମାନିଥିଲା । ଏହି ମାମଲରେ ସଂପୃକ୍ତି ଥିବା ଅନ୍ୟତମ ଅଭିଯୁକ୍ତ ପାରାଦିପ ଅଞ୍ଚଳର ଶୁଭମ୍ ସୁନା ଦୋକାନ ର ରବିନ୍ଦ୍ର ସାହୁକୁ ପୁଲିସ ମଧ୍ୟ୍ୟ ଗିରଫ କରିଛି। ମୁଖ୍ୟ ଅଭିଯୁକ୍ତ ବିକାଶ ଓ ସହଯୋଗୀ ଶୁଭମ୍ କୁ କୋର୍ଟଚାଳାଣ କରାଯାଇଥିବା ନେଇ କଣିହାଁ ଥାନା ଆଇଆଇସି ରାଜେନ୍ଦ୍ର ପଟ୍ଟନାୟକ ସୂଚନା ଦେଇଛନ୍ତି । ଅଭିଯୁକ୍ତଙ୍କ ଠାରୁ ୧୧ ଗ୍ରାମ ସୁନା, ସ୍କୁଟି, ରୂପା ସାମଗ୍ରୀ ଓ ୧୬ ହଜାର ଟଙ୍କା ଜବତ କରାଯାଇଥିବା ଥାନା ସୂତ୍ରରୁ ପ୍ରକାଶ ।
ଚଳିତ ଅଗଷ୍ଟ ୩ ତାରିଖ ବିଳମ୍ବିତ ରାତିରେ ନବାସୀଙ୍କୁ ଅଭିଯୁକ୍ତ ବିକାଶ ଜଘନ୍ୟ ଭାବରେ ହତ୍ୟାକରି ଲୁଟପାଟ କରିଥିଲା ଏବଂ ଅପରାଧିକ ଘଟଣା ଘଟାଇ ସେଦିନ ଠାରୁ ଫେରାର୍ ହୋଇଯାଇଥିଲା। ମୃତ ନବାସୀଙ୍କ ଦୁଇ ପୁଅ ଓ ବୋହୂ ଅଟନ୍ତି । ବଡପୁଅ ଓ ପୁଅ ବୋହୂ ଗାଁ ବାହାରେ ରହୁଥିବା ବେଳେ ସାନପୁଅ ରାତି ଡ୍ୟୁଟି ଯାଇଥିଲେ । ସାନ ବୋହୂ ମଧ୍ୟ ବାପଘରକୁ ଯାଇଥିଲେ । ଘରେ କେହି ନଥିବାର ସୁଯୋଗ ନେଇ ଲୋଭଗ୍ରସ୍ତ ହୋଇ ଟ୍ରାକ୍ଟର ଚାଳକ ବିକାଶ ଏଭଳି ନାରକୀୟ କାଣ୍ଡ ଘଟାଇ ଫେରାର୍ ହୋଇଯାଇଥିଲା ।ପରଦିନ ସକାଳ ବେଳେ ଏସଂକ୍ରାନ୍ତରେ ମୃତ ମହିଳାଙ୍କ ସାନପୁଅଙ୍କ ପକ୍ଷରୁ ହତ୍ୟା ପରେ ଲୁଟ୍ପାଟ୍ ହେବା ନେଇ କଣିହାଁ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ସାଇଣ୍ଟିପିକ ଟିମର ସହାୟତା ନେଇ ଥିବାବେଳେ ଥାନା ପକ୍ଷରୁ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ଅଭିଯୁକ୍ତ ବିକାଶକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ପୁଲିସ ଅନୁସନ୍ଧାନ ଚଳାଇଥିଲା ।