ଭୁବନେଶ୍ୱର : ଭାରତ ବର୍ଷର ସବୁ ରାଜ୍ୟ ଠାରୁ ଅଧିକ ଓଡ଼ିଶାରେ 5 ବର୍ଷରେ ବଜ୍ରପାତରେ ମୃତ୍ୟୁ ବରଣ କରିଛନ୍ତି | 1103 ଜଣ ଯେଉଁ ରାଜ୍ୟରେ ଖଣିଜ ପଦାର୍ଥ ବେଶୀ ଥାଏ ସେଠି ବଜ୍ରପାତ ମୃତ୍ୟୁ ସଂଖ୍ୟା ବେଶୀ | ବଜ୍ରପାତର ସ୍ଥାୟୀ ନିରାକରଣ ପାଇଁ କୌଣସି ବ୍ୟବସ୍ଥା ହୋଇନାହିଁ | ବାଦଲ ଓ ବାଦଲ ଭିତରେ ସଂଘର୍ଷ ରେ ହୁଏ ବଜ୍ରପାତ | ଭାରତୀୟ କ୍ରାନ୍ତୀୟ ପାଣି ପାଗ ଅନୁଷ୍ଠାନ ତରଫରୁ ତଥ୍ୟ ଅନୁଯାଇ ମୋବାଇଲ ଆପରେ ଜନ ସାଧାରଣ ଙ୍କୁ ଅବଗତ କରାଯାଉଛି | କେଉଁଠାରେ ବଜ୍ରପାତ ହେବ ଜାଣିବା ପାଇଁ ବୈଜ୍ଞାନିକ ମାନେ ସଫଳ ହୋଇନାହାନ୍ତି ଅନୁସନ୍ଧାନ ଚାଲିଛି | କ୍ଷେତ ଓ ସ୍କୁଲ ରେ ବହୁ ସଂଖ୍ୟକ ଲୋକେ ବଜ୍ରପାତର ଶିକାର ହେଉଛନ୍ତି | ତାଳ ଗଛ ଲଗାଇବା ପାଇଁ ଜଙ୍ଗଲ ବିଭାଗକୁ ରାଜସ୍ବ ବିଭାଗ 7 କୋଟି ଟଙ୍କା ପ୍ରଦାନ କରିଛନ୍ତି ବଜ୍ରପାତରେ ମୃତ୍ୟୁ ବରଣ କଲେ 4 ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ପ୍ରଦାନ କରାଯାଉଛି | ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ଗୃହରେ ଉତ୍ତର ରଖିଲେ ରାଜସ୍ବ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ |