ନୂଆଦିଲ୍ଲୀ : ରିଲ୍ସ ନିଶାରେ ପାଗଳ ଯୁବପିଢ଼ି । ସାମାନ୍ୟ କେଇଟା ଲାଇକ୍ ଓ କମେଣ୍ଟ୍ ପାଇଁ ଜୀବନକୁ ବାଜିରେ ଲଗେଇ ଦେଉଛନ୍ତି । ଏପରି ରିଲ୍ସ କରିବା ସମୟରେ ଅନେକ ଲୋକ ଜୀବନ ହରାଇଥିଲେ ସୁଦ୍ଧା ସେମାନଙ୍କ ଚେତା ପଶୁନି । ନିକଟରେ ଏଭଳି ଏକ ଭିଡିଓ ସାମ୍ନାକୁ ଆସୁଛି, ଯେଉଁଥିରେ ୨ଜଣ ଯୁବକ ପ୍ରଖର ଜଳ ସ୍ରୋତରେ ଝରଣା ମଝିରେ ଫସି ରହିଥିବା ନଜର ଆସୁଛନ୍ତି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି ।
रील का पागलपन जो न कराए. देखिए कैसे देखते देखते एक युवक तेज बहाव के साथ बह गया. और जीवन लीला समाप्त हो गई. वीडियो राजस्थान के भीलवाड़ा का बताया जा रहा है. pic.twitter.com/HgRqIECW0s
— Priya singh (@priyarajputlive) August 5, 2024
୨ ଜଣ ଯୁବକ ପ୍ରଖର ଜଳ ସ୍ରୋତରେ ଫସି ରହିଥିବା ଭିଡିଓରେ ଦେଖିବାକୁ ମିଳୁଛି । ନିଜ ଜୀବନ ରକ୍ଷା କରିବା ପାଇଁ ଝରଣା କଡରେ ଲାଗିଥିବା ଚେନକୁ ଧରିଛନ୍ତି । ଏହି ସମୟରେ ଜଣେ ଯୁବକଙ୍କ ହାତ ଖସି ଯାଉଛି ଏବଂ ପାଣିର ପ୍ରଖର ସ୍ରୋତରେ ସେ କିଛି ବାଟ ଭାସି ଯାଉଛନ୍ତି ।
ଆପ୍ରାଣ ଉଦ୍ୟମ ସତ୍ତ୍ୱେ ତାଙ୍କୁ ବଞ୍ଚାଇବା ସମ୍ଭବପର ହୋଇନି । ଏହି ଦୁର୍ଘଟଣାରେ ଜଣେ ପ୍ରାଣ ହରାଇଥିବା ବେଳେ ଆଉ ଜଣେ ସୌଭାଗ୍ୟବଶତଃ ବଞ୍ଚିଯାଇଛନ୍ତି ।