ରାଇରଙ୍ଗପୁର/ ସତ୍ୟନାରାୟଣ ପାଲ: ବଡାମତଳିଆ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଛଣପାଳ ଗ୍ରାମର ଜଣେ ଯୁବକଙ୍କ କ୍ୟାନସରରେ ମୃତ୍ୟୁ ହୋଇଛି । ମୃତ ଯୁବକଙ୍କ ବୟସ ୨୦ । ସୂଚନାଥାଉ କି, ଛଣପାଳ ଗାଁର ବାବୁଲୁ ମହାନ୍ତଙ୍କ ସାନପୁଅ ଆଭାସ ରଞ୍ଜନ ମହାନ୍ତ (୨୦) କିଛି ଦିନ ତଳେ କ୍ୟାନସରରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ । ଆଜି ତାଙ୍କର ମୃତ୍ୟୁ ହୋଇଛି । ଆଭାସ ବର୍ଷେ ପୂର୍ବରୁ ବାଇଗଣ ବଡ଼ିଆ କଲେଜରେ +୩ ପଢୁଥିବା ବେଳେ ଆଣଣ୍ଠୁରେ ଯନ୍ତ୍ରଣା ଅନୁଭବ କରିଥିଲେ । ଏହାପରେ ସେ ହସ୍ପିଟାଲ ଟାଇ ଟେଷ୍ଟ କରିଥିଲେ । ଟେଷ୍ଟପରେ ତାଙ୍କର ବୋନ କ୍ୟାନସର ହୋଇଥିବା ଜଣାପଡ଼ିଥିଲା । ଏହାପରେ ଆଭାସଙ୍କୁ ଭୁବନେଶ୍ୱର ଏଆଇଆଇଏମସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଆଭାସଙ୍କୁ ଚିକିତ୍ସିତ ହେଉଥିବାବେଳେ ଡାକ୍ତର ତାଙ୍କ ଗୋଡ କାଟିବାକୁ ପରାମର୍ଶ ଦେଇଥିଲେ । ଏହାପରେ ପରିବାର ଲୋକେ ଆଭାସଙ୍କୁ ଘରକୁ ନେଇ ଆସିଥିଲେ । ଆଭାସଙ୍କ ଆଜି ମୃତ୍ୟୁ ହୋଇଛି । ଆଭାସଙ୍କ ମୃତ୍ୟୁ ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।