ଅନୁଗୋଳ ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କର ହୃଦଘାତରେ ମୃତ୍ୟୁ

0

ଅନୁଗୋଳ/ସୁଧାକର ସାହୁ: ଅନୁଗୋଳ ଜିଲ୍ଲାର ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କର ମୃତ୍ୟୁ ଘଟିଛି। ସୂଚନା ଯେ, ଅନୁଗୋଳ ଜିଲ୍ଲାର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁରେଶ ଚନ୍ଦ୍ର ପାଣିଗ୍ରାହୀ ଆଜି ସକାଳ ସମୟରେ ଘରେ କାର୍ୟ୍ୟ କରୁଥିବା ବେଳେ ଅସୁସ୍ଥ ଅନୁଭବ କରିଥିଲେ। ଅନୁଗୋଳ ଜିଲ୍ଲା ଚିକିତ୍ସାଳୟ ରେ ଭର୍ତି କରାଯାଇଥିଲା। ଚିକିତ୍ସାଧିନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହୃଦଘାତରେ ମୃତ୍ୟୁ ହୋଇଥିବା ସୂଚନା । ଶବ ବ୍ୟବଚ୍ଛେଦ ପାଇଁ ଶବ ବ୍ୟବଚ୍ଛେଦ ଗୃହକୁ ପଠାଇ ଦେଇଥିଲେ । ମୃତ୍ୟୁର ଖବର ପାଇବା ଅନୁଗୋଳ ପୋଲିସ ପ୍ରଶାସନରେ ଶୋକର ଛାୟା ଖେଳିଯାଇଛି। ଶେଷ ଦର୍ଶନ ପାଇଁ DIG ବ୍ରିଜେଶ କୁମାର ରାଏ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୁଧାଂଶୁ ଶେଖର ମିଶ୍ରଙ୍କ ସମେତ ସମସ୍ତ ପୋଲିସ ଅଧିକାରୀ ପହଁଚି ଶେଷ ଦର୍ଶନ କରିଛନ୍ତି।