କୈବର୍ତ୍ତ ସମାଜର ସଭାପତି ଭୀମସେନ ବେହେରାଙ୍କ ପରଲୋକ

0

ଗଞ୍ଜାମ /ରଜନୀକାନ୍ତ ପାତ୍ର: ହିଞ୍ଜିଳିକାଟୁ ଅଞ୍ଚଳ ର ଜଣାଶୁଣା ବ୍ୟକ୍ତି ତଥା ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲା ର କୈବର୍ତ୍ତ ସମାଜ ର ସଭାପତି ଭୀମସେନ ବେହେରା ଙ୍କ (୧୦୦)ବର୍ଷ ରେ ପରଲୋକ ହେଇଛି। ସେ ଦୀର୍ଘଦିନ ଧରି ବାର୍ଦ୍ଧକ ଜନିତ ରୋଗ ରେ ପୀଡ଼ିତ ଥିବା ବେଳେ ଦିନ ୩ଟା ସମୟ ତାଙ୍କ ବାସଭବନ ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ସେ ଜନତା ଦଳ ର ଦୃଢ଼ ସମର୍ଥକ ଥିଲେ। ସେ ହିଞ୍ଜିଳିକାଟୁ ବନମାଳୀ ସିନେମା ହଲ ର ମାଲିକ ସ୍ବର୍ଗତ ବନମାଳୀ ବେହେରା ଙ୍କ ପୁତ୍ର ଥିଲେ। ତାଙ୍କ ବିୟୋଗ ରେ ଅଞ୍ଚଳ ରେ ଶୋକଛାୟା ଖେଳିଯାଇଥିବା ବେଳେ ପୁତ୍ର ବିକ୍ରମ ବେହେରା ମୁଖାଗ୍ନୀ ଦେଇଥିଲେ । ତାଙ୍କ ଶେଷ ସମୟ ରେ ପୁତ୍ରବଧୂ, ନାତୁଣୀ ଉପସ୍ଥିତରେ ଘୋଡ଼ାହାଡ ନଦୀ ଶ୍ଵଶାନ ଘାଟ ରେ ଶେଷ କୃତ୍ୟ ସଂପନ୍ନ ହୋଇଥିଲା।