ପଞ୍ଚଭୂତରେ ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଗୌର କିଶୋର ଦାସ

0

(ମମତା ସାମଲ)ରିପୋର୍ଟସଟୁଡେ: ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଗୌର କିଶୋର ଦାସଙ୍କ ଆଜି ବିୟୋଗ ହୋଇଛି । ସେ ଆଠଗଡର ଗୁରୁଜୀ ବିଶ୍ୱନାଥ ଦାସଙ୍କ ସୁପୁତ୍ର । ସେ ଉତ୍କଳ ବିଶ୍ୱ ବିଦ୍ୟାଳୟର ପ୍ରଥମ ଇଂରାଜୀ ସ୍ନାତକୋତ୍ତର ଛାତ୍ର । ଯିଏକି ପ୍ରଥମ ଶ୍ରେଣୀରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଥିଲେ । ଲଣ୍ଡନରେ ପିଏଚଡି କରିବା ସହିତ ପ୍ରଫେସର ଦାସ ଦିଲ୍ଲୀ ବିଶ୍ବ ବିଦ୍ୟାଳୟରେ ପ୍ରାଧ୍ୟାପକ ଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି।