ପୁରୀ: ପୂର୍ବତନ ଶ୍ରୀମନ୍ଦିର ପ୍ରଶାସକ ରବୀନ୍ଦ୍ର ନାରାୟଣ ମିଶ୍ରଙ୍କ ପରଲୋକ ହୋଇଛି । ୮୭ବର୍ଷରେ ସେ ଇହଧାମ ତ୍ୟାଗ କରିଛନ୍ତି । ସେ ଏକାଧାରରେ ଜଣେ ଗାଳ୍ପିକ ଓ ଶ୍ରୀ ଜଗନ୍ନାଥ ସଂସ୍କୃତି ଗବେଷକ ରହିଥିଲେ । ସେ ତାଙ୍କର ଲେଖା ମାଧ୍ୟମରେ ସର୍ବଦା ଚୀର ସ୍ମରଣୀୟ ହୋଇ ରହିବେ । ସେ ଶ୍ରୀ ଜଗନ୍ନାଥଙ୍କୁ ନେଇ ଶ୍ରୀଜଗନ୍ନାଥ ସଂସ୍କୃତି ଓ ଚେତନା ଉପରେ ୭ଟି ପୁସ୍ତକ ଲେଖିଛନ୍ତି । ତେବେ “ଆକାଶ ଦୀପ ଗଳ୍ପର ଗାଳ୍ପିକ ହେଉଛନ୍ତି ରବୀନ୍ଦ୍ର ନାରାୟଣ । ତାଙ୍କର ଅନ୍ୟତମ ପୁସ୍ତକ ହେଉଛି “କଥାନୁଭୂତିରେ ଶ୍ରୀଜଗନ୍ନଥ‘ । ଅନ୍ୟପଟେ “କଥାଟିଏ କୁହ’ର ସ୍ତମ୍ଭକାର ଥିଲେ ସେ ।”କଥା ଅମୃତରେ ଶ୍ରୀ ଜଗନ୍ନାଥ‘,”ବେଦର ମହିମା ଓ ଜଗନ୍ନାଥ‘ ଏବଂ କଥା କୈବଲ୍ୟରେ ଶ୍ରୀଜଗନ୍ନାଥ ସେ ଲେଖିଛନ୍ତି ।