ବିବାହର ୧୧ ଦିନ ପରେ ନବ ବିବାହିତାଙ୍କର ମୃତ୍ୟୁ, କାରଣ ଅସ୍ଫଷ୍ଟ

0

ବାଣପୁର/ସୁଧିର କୁମାର ପାତ୍ର: ବାହାଘରର ୧୧ ଦିନ ନପୁରୁଣୁ ଲିଭିଗଲା ନବବିବାହିତାଙ୍କ ଜୀବନ ଦୀପ । ଏଭଳି ଘଟଣା ଘଟିଛି ବାଣପୁରରେ । ବାଣପୁର ଜଣେ ନବ ବିବାହିତା ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ଅଛି କ୍ଷ ଖବର ମୁତାବକ ହଳନ୍ଦା ଗ୍ରାମର ସସ୍ମିତା ବେହେରା (୧୯) ମାତ୍ର ଏଗାର ଦିନ ତଳେ ତୁମୁରାପୁଟ ଗ୍ରାମର ସୁମନ ବେହେରା(୨୫) ଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ କ୍ଷ ତେବେ ଆଜି ସକାଳୁ ହଠାତ ସସ୍ମିତା ଙ୍କ ଦେହ ଖରାପ ହେବାରୁ ପରିବାରବର୍ଗ ତାଙ୍କୁ ବାଣପୁର ମେଡିକାଲ ଆଣିଥିଲେ । ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି କ୍ଷ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ମୃତ ସସ୍ମିତା ଙ୍କ ମାତାଙ୍କ ଅଭିଯୋଗ କ୍ରମେ ବାଣପୁର ପୋଲିସ କେସ ନମ୍ବର ୪/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ଜବତ କରି ତଦନ୍ତ ଜାରି ରଖିବା ସହ ଏହା ଏକ ହତ୍ୟା କିମ୍ବା ଅପମୃତ୍ୟୁ ସେନେଇ ପୁଲିସ ଖୋଳତାଡ କରୁଛି । ଅପରପକ୍ଷରେ ବାଣପୁର ମେଡିକାଲ ପରିସରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।