ଇତିହାସରେ ଅନେକ ଘଟଣା ରହିଛି ଯାହା ମନେ ପଡିଗଲେ ଲୋମ ଟାଙ୍କୁରି ଉଠେ, ଦେହ ଶୀତେଇ ଯାଏ । ଏମିତି ଘଟଣାମାନ ଅତ୍ୟନ୍ତ ଯନ୍ତ୍ରଣାଦାୟକ । ଏମିତି ଦୁଃଖଦ ସ୍ମୃତିର କଥା ଆଜି କହିବୁ । ଏ କାହାଣୀ ଏକ ରେଳ ଷ୍ଟେଶନର । ଏହି ରେଳ ଲାଇନ ନିର୍ମାଣ ବଳେ ପ୍ରାୟ ୧ ଲକ୍ଷ ୨୦ ହଜାର ଲୋକଙ୍କ ମୃତ୍ୟୁ ଘଟିଥିଲା । ସେଥିପାଇଁ ଏହି ରେଳ ମାର୍ଗକୁ ଡେଥ୍ ରେଲୱେ ମଧ୍ୟ କୁହାଯାଏ । ରେଳ ଲାଇନର ଲମ୍ବ ୪୧୫ କିଲୋମିଟର ଯାହାକି ଥାଇଲ୍ୟାଣ୍ଡ ଏବଂ ବର୍ମାର ସୀମାକୁ ସଂଯୋଗ କରିଥାଏ ।
ଥାଇଲ୍ୟାଣ୍ଡ ଏବଂ ବର୍ମାର ସୀମାକୁ ସଂଯୋଗ କରୁଥିବା ଏହି ରେଳପଥ ବାଟରେ ପଡେ ଡେଭିଡ ଲିଆନଙ୍କ ସେତୁ । ଅତ୍ୟନ୍ତ ଭୟଙ୍କର ଏ ରେଳସେତୁ । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଅର୍ଥାତ ୧୯୪୨ ମସିହାରେ, ଥାଇଲ୍ୟାଣ୍ଡ ଓ ବର୍ମାକୁ ସଂଯୋଗ କରିବା ପାଇଁ ଏହି ରେଳ ଲାଇନ ନିର୍ମାଣ କରିବାକୁ ନିଷ୍ପତ୍ତି ଜାପାନ ନେଇଥିଲା।
୪୧୫ କିଲୋମିଟର ଲମ୍ବା ଏହି ରେଳପଥ ପାଇଁ ଏକ ଲକ୍ଷ ୨୦ ହଜାର ଲୋକଙ୍କର ଜୀବନ ଯାଇଥିଲା । ପ୍ରଥମ ବିଶ୍ୱଯୁଦ୍ଧ ପରେ ଏହି ରେଳଲାଇନର ମରାମତି କରାଯାଇଥିଲା ଏବଂ ଏହା ଉପରେ ଟ୍ରେନ ଯାତ୍ରା କରିଥିଲା । ଏବେ କଞ୍ଚନବୁରୀର ଉତ୍ତରରେ ନାମଟୋକ ପର୍ୟ୍ୟନ୍ତ ଏହି ରେଳ ପଥରେ ଟ୍ରେନ ଚଳାଚ ହେଉଛି । ଏହି ରୁଟର ସବୁଠାରୁ ପ୍ରସିଦ୍ଧ ତଥା ଭୟାବହ କ୍ୱାଇ ନଦୀ ଉପରେ ଏହି ରେଳବ୍ରିଜ ନିର୍ମାଣ କରଯାାଇଛି ।
୨ୟ ବିଶ୍ୱ ଯୁଦ୍ଧ ପରେ ଜାପାନ ସିଙ୍ଗାପୁରରୁ ନେଇ ବର୍ମା ପର୍ୟ୍ୟନ୍ତ ସମସ୍ତ ଅଞ୍ଚଳ ଦଖଲ କରିଥିଲା। ପରେ ଭାରତ ମହାସାଗର, ଆଣ୍ଡାମାନ ଏବଂ ବଙ୍ଗୋପସାଗରରେ କାମ କରୁଥିବା ସହଯୋଗୀ ଜାହାଜ ପାଇଁ ବର୍ମାରେ ଏକ ସୁରକ୍ଷିତ ସ୍ଥାନ ନିର୍ମାଣ କରିବାକୁ ଚାହୁଁଥିଲା। ହେଲେ ସେତେବେଳେ ବ୍ୟାଙ୍କକକ୍ ଠାରୁ ହୁଆହିନ୍ ପର୍ୟ୍ୟନ୍ତ ରେଳ ଲାଇନ ଥିଲା । ତେଣୁ ଜାପାନ ବ୍ୟାଙ୍କକର ପଶ୍ଚିମରେ ଏକ ଶାଖା ନିର୍ମାଣ କରିବାକୁ ଯୋଜନା କରିଥିଲା । ଏହି ରେଳ ଲାଇନ ବର୍ମାର ଉତ୍ତରରେ ରହିଛି ।
୧୯୪୨ ମସିହାରେ ଏହି ରେଳ ଲାଇନ ନିର୍ମାଣ କାର୍ୟ୍ୟ ଆରମ୍ଭ ହୋଇଥିଲା, ଯାହାକି ପ୍ରାୟ ୧୫ ମାସ ମଧ୍ୟରେ ଶେଷ ହୋଇଥିଲା । ଥାଇଲ୍ୟାଣ୍ଡର ନୋଙ୍ଗ ପ୍ଲାଡୁକ୍ ଏବଂ ବର୍ମାର ଥାନବଜାଟ ମଧ୍ୟରେ ଏହି ରେଳ ଲାଇନ ନିର୍ମାଣ କରାଯାଇଥିଲା ।
ଏହି ରେଳ ଲାଇନ ନିର୍ମାଣ ପାଇଁ ଥାଇଲ୍ୟାଣ୍ଡ, ଚୀନ୍, ଇଣ୍ଡୋନେସିଆ, ବର୍ମା, ମାଲେସିଆ ଏବଂ ସିଙ୍ଗାପୁର ସମେତ ଏସୀୟ ଦେଶରୁ ୧ଲକ୍ଷ ୮୦ ହଜାର ଓ ମିତ୍ର ଦେଶରୁ ୬୦ ହଜାର କଏଦୀ ନିୟୋଜିତ ହୋଇଥିଲେ। ରେଳ ଲାଇନ ନିର୍ମାଣ କରିଥିବା ଲୋକଙ୍କ ସହ ଜାପାନ ସୈନ୍ୟମାନେ ନିର୍ମମ ଓ ନିଷ୍ଠୁର ବ୍ୟବହାର କରିଥିଲେ। ଯାହା ଦ୍ୱାରା ୧ ଲକ୍ଷ ୨୦ ହଜାର ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା ଏବଂ ୧୬ ହଜାର ଲୋକ ବିଭିନ୍ନ ରୋଗ ହେତୁ ମୃତ୍ୟୁ ବରଣ କରିଥିଲେ।