ପୁରୀ ବାଣ ବିସ୍ଫୋରଣ ଘଟଣାରେ ୧୫ କୁ ବୃଦ୍ଧି ପାଇଲା ମୃତ୍ୟୁ ସଂଖ୍ୟା

0

ପୁରୀ : ପୁରୀ ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି । ଆଉ ୨ ଜଣଙ୍କ ମୃତ୍ୟୁ ପରେ ମୃତ୍ୟୁ ସଂଖ୍ୟା ୧୫ କୁ ବୃଦ୍ଧି ପାଇଛି । ଏନେଇ ସ୍ୱତନ୍ତ୍ର ରିଲିଫ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ୱଷ୍ଟ କରାଯାଇଛି । ମୃତକଙ୍କ ପରିବାରକୁ ଜିଲ୍ଲାପାଳ୪ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କରାଯିବା ଅନ୍ୟ ୧୨ ଜଣଙ୍କର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା ଜରି ରହିଛି । ବିସ୍ଫୋରଣରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଖଣ୍ଡିଆବନ୍ଧ ଗାଁ । ଯେହେତୁ ଖଣ୍ଡିଆବନ୍ଧ ଗାଁ ନରେନ୍ଦ୍ର ପୁଷ୍କରିଣୀକୁ ଲାଗି ରହିଛି । ସେ ନୃଷ୍ଟିରୁ ଭଉଁରି ଦେଖିବାକୁ ଅନେକ ପରିବାର ଭିଡ ଜମାଇଥିଲେ । ହଠାତ ବାଣ ବିସ୍ଫୋରଣ ଘଟି ୪୦ ରୁ ଅଧିକ ଗୁରୁତର ହୋଇ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଆଜି ସୁଦ୍ଧା ୧୫ ଜଣଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ଅନେକ ଜୀବନ ସହ ସଂଘର୍ଷ କରୁଛନ୍ତି ।