ଗୋପାଳପୁର ସମୁଦ୍ରରେ ବୁଡି ଯୁବକ ମୃତ

0

ଗଞ୍ଜାମ\ରଜନୀକାନ୍ତ ପାତ୍ର: ଗୋପାଳପୁର ସମୁଦ୍ରରେ ବୁଡି ଯୁବକ ମୃତ | ଜଣା ଯୁବକ ଜଣକ ସକାଳ ପ୍ରାୟ ସାଢେ଼ ଏଗାରଟା ବେଳେ ଗାଧlଉଥିବାବେଳେ କିଛି ପର୍ଯ୍ୟଟକ ଦେଖିଥିଲେ। କିନ୍ତୁ ସେଠାରେ ସେହି ଯୁବକ ପରେ ନଥିଲେ | କିଛି ସମୟ ପରେ ଭାସିଯାଇଥିବା ଯୁବକ ଟି କୂଳରେ ଲାଗିଥିଲା । ମୃତ ଶବ ପଡ଼ିଥିବା ଦେଖି ଗୋପାଳପୁର ହୋଟେଲ ସି ସାଇଡ୍ ବ୍ରିଜର କର୍ମଚାରୀ ସଞ୍ଜୀବ ପ୍ରଧାନ ଗୋପାଳପୁର ଥାନା ରେ ଲିଖିତ ଅଭିଯୋଗ କରିଥିଲେ।

ଅଭିଯୋଗ ପ୍ରକାରେ ଥାନା ଅଧିକାରୀ ବିବେକା ନନ୍ଦ ସ୍ବାଇଁ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଏକ ଅପ ମୃତ ମାମଲା କେସ ନଂ ୩୦/୨୩ ରୁଜୁ କରି ମୃତ ଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ ମେଡିକାଲକୁ ପଠାଯାଇଛି । ଯୁବକ ଜଣଙ୍କ ବୟସ ପ୍ରାୟ ୧୮ ରୁ ୨୦ ବର୍ଷ | ଏଯାଏଁ ପରିଚୟ ମିଳି ନ ଥିବାରୁ ଶବକୁ ଶବ ଗୃହରେ ରଖାଯାଇଥିବା ଗୋପାଳପୁର ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁ କହିଛନ୍ତି।