ବାଡମେର ଏବଂ ଜୈସଲମେରରେ ଲକଡାଉନ୍ କରିବାକୁ ନିଷ୍ପତ୍ତି

0

ନୂଆଦିଲ୍ଲୀ : ପାକିସ୍ତାନ ସହ ବଢୁଥିବା ତିକ୍ତତା ମଧ୍ୟରେ ରାଜସ୍ଥାନର ସୀମାବର୍ତ୍ତୀ ଜିଲ୍ଲା ବାଡମେର ଏବଂ ଜୈସଲମେରରେ ଲକଡାଉନ୍ କରିବାକୁ ନିଷ୍ପତ୍ତି ନିଆଯାଇଛି ପାକିସ୍ତାନ ତରଫରୁ ଡ୍ରୋନ୍ ଆଟାକ୍ ଉଦ୍ୟମ ପରେ ଏଭଳି ନିଷ୍ପତ୍ତି ନିଆଯାଇଛି ଗତ କିଛି ଦିନ ହେବ ଜୈସଲମେର ଏବଂ ବାଡମେରରୁ ପାକିସ୍ତାନୀ ଡ୍ରୋନ୍ ଏବଂ କିଛି ଅନ୍ୟ ସନ୍ଦିଗ୍ଧ ଜିନିଷ ମିଳିଥିବା ଖବର ସାମ୍ନାକୁ ଆସିଥିଲା ସ୍ଥାନୀୟ ପ୍ରଶାସନ ବର୍ତ୍ତମାନର ସ୍ଥିତିକୁ ଧ୍ୟାନରେ ରଖି ଏଭଳି ନିଷ୍ପତ୍ତି ନେଇଛି

ରାଜସ୍ଥାନ ବାଡମେରରେ ମଧ୍ୟ ଆକାଶରୁ ବିମାନ ଏବଂ ଡ୍ରୋନ୍ ଭଳି ଜିନିଷ ଦେଖାଯାଇଥିବା କଥା ସାମ୍ନାକୁ ଆସିଛି ଏଠାରେ ସାଇରନ୍ ବାଜିବା ସହ ପ୍ରଚଣ୍ଡ ଶବ୍ଦ ମଧ୍ୟ ଶୁଣିବାକୁ ମିଳୁଛି ଏହି ଅଞ୍ଚଳରେ ଆକାଶରେ ୨ରୁ ୩ଟି ଡ୍ରୋନ୍ ଭଳି ଦେଖିବାକୁ ମିଳିଛି ପାକିସ୍ତାନ ପଟୁ ଆକ୍ରମଣ ପରେ ସବୁ ଲୋକଙ୍କୁ ଘରେ ରହିବାକୁ ବାଡମେର କଲେକ୍ଟର ଟିନା ଡାବି ଅପିଲ୍ କରିଛନ୍ତି