ଭୁବନେଶ୍ୱର: ପରିବହନ କ୍ଷେତ୍ରରେ ମହିଳାଙ୍କ ସୁରକ୍ଷା ଓ ସଶନ୍ତୀକରଣ ପାଇଁ ଆମ ସରକାର କେତେକ ନିର୍ଦ୍ଦିଷ୍ଟ ମାର୍ଗରେ କେବଳ ମହିଳା କର୍ମଚାରୀଙ୍କୁ ନେଇ “ସ୍ବତନ୍ତ୍ର ମହିଳା ବସ୍” ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଛି । ନିର୍ଦ୍ଧାରିତ ସମୟରେ ଏହି ସେବାକୁ ଆହୁରି ସମ୍ପ୍ରସାରଣ କରାଯିବ ।
ଗ୍ରାମୀଣ ପରିବହନ ଓ ଯୋଗାଯୋଗକୁ ସୁଦୃଢ କରିବା ପାଇଁ ରାଜ୍ୟବ୍ୟାପୀ ବସ୍ ସେବାର ସୁଦୃଢ଼ୀକରଣ ପାଇଁ “ମୁଖ୍ୟମନ୍ତ୍ରୀ ବସ୍ ସେବା” ଯୋଜନାରେ ଏକ ହଜାର ୮୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ସେହିପରି ଏକ ଶହ ୩୩ଟି ବସଷ୍ଟାଣ୍ଡର ପ୍ରତିଷ୍ଠା, ପରିଚାଳନା ଓ ରକ୍ଷଣାବେକ୍ଷଣ ପାଇଁ “ଅଟଳ ବସଷ୍ଟାଣ୍ଡ ଯୋଜନା”ରେ ଏକ ହଜାର ୨୬୬ କୋଟି ଟଙ୍କା ବ୍ୟୟବରାଦର ପ୍ରସ୍ତାବ ରହିଛି ।