ଓଡ଼ିଶା ମୁହାଁଇପାରେ ଲଘୁଚାପ

ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଧୀରେ ଧୀରେ ଘନୀଭୂତ ହେଉଛି । ଯାହା ଓଡ଼ିଶା ମୁହାଁଇବ ବୋଲି ପାଣିପାଗବିତ୍‌ ପୂର୍ବାନୁମାନ କରିଛନ୍ତି ।

0

(ଭୁବନେଶ୍ୱର) : ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଧୀରେ ଧୀରେ ଘନୀଭୂତ ହେଉଛି । ଯାହା ଓଡ଼ିଶା ମୁହାଁଇବ ବୋଲି ପାଣିପାଗବିତ୍‌ ପୂର୍ବାନୁମାନ କରିଛନ୍ତି । ତେବେ ବାତ୍ୟା ସମ୍ଭାବନା ଟଳି ଯାଇଥିବାରୁ ପବନରୁ ବର୍ତ୍ତିଯିବ ଦଶହରା । ଏହାର ପ୍ରଭାବରେ ଆସନ୍ତା ୧୭ରୁ ୧୯ ମଧ୍ୟରେ ଉପକୂଳ ଓଡ଼ିଶାରେ ଭାରୀ ବର୍ଷା ହେବ ।

ସୂଚନାନୁଯାୟୀ , ରାଜ୍ୟରେ ଅନ୍ୟ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବ ବୋଲି ପାଣିପାଗବିତ୍‌ ପୂର୍ବାନୁମାନ କରିଛନ୍ତି । ପ୍ରାଥମିକ ଆକଳନରୁ ଜଣାପଡ଼ିଛି ଯେ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବଳୟ ପ୍ରାୟ ସେହି ସ୍ଥାନରେ ୧୩ ପର୍ଯ୍ୟନ୍ତ ରହିବ । ୧୩ରେ ଲଘୁଚାପ କ୍ଷେତ୍ର ହୋଇ ୧୫ରେ ୱେଲ୍‌ ମାର୍କଡ୍‌ରେ ପରିଣତ ହେବ । ୧୭ ସକାଳେ ଅବପାତରେ ପରିଣତ ହୋଇ ୧୮ ସନ୍ଧ୍ୟା ପର୍ଯ୍ୟନ୍ତ ସେହି ଅବସ୍ଥାରେ ରହିବ । ୧୭ ସନ୍ଧ୍ୟାରୁ ୧୮ ସନ୍ଧ୍ୟା ଭିତରେ ଉପକୂଳ ଅତିକ୍ରମ କରିବ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ।