ଭୁବନେଶ୍ୱର(ସରୋଜ କୁମାର ରାଉତ)-୧୦୯କୋଟିି ଠକେଇ ଅଭିଯୋଗରେ ଦୀପକ କିଣ୍ଡୋ ଗିରଫ । ସମ୍ବନ୍ଧ ଫିନସର୍ବ କମ୍ପାନୀ ଏମଡି ଦୀପକ କିଣ୍ଡୋଙ୍କୁ ଗିରଫ କରିଛି ଇଓଡବ୍ଲ୍ୟୁ । ସୁନ୍ଦରଗଡ ଜିଲ୍ଲା ତଲସରା ଥାନା ଲୁଲୁଡିହାରୁ ଗିରଫ ହୋଇଥିଲା ଦୀପକ । ସେ ଦୀର୍ଘ ଦିନ ଧରି ଫେରାର ଥିଲା । ତା ନାଁରେ ଲୁକ ଆଉଟ ସାରକୁଲାର ଜାରି କରିଥିଲା ପୋଲିସ ।ପୂର୍ବରୁ ଦୀପକଙ୍କ ପତ୍ନୀ ଅମୃତା କିଣ୍ଡୋଙ୍କୁ ଗିରଫ କରାଯାଇଥିଲା। ଦୀପକଙ୍କର ୪୭ଟି ସ୍ଥାନରେ ୬୧ଟି ବ୍ୟାଙ୍କ ଆକାଉଣ୍ଟ ରହିଛି । ସେ ବିଭିନ୍ନ ବ୍ୟାଙ୍କରୁ ଜାଲ କାଗଜପତ୍ର ଦେଇ ଶହେ କୋଟିରୁ ଅଧିକ ଟଙ୍କା ଆତ୍ମସାତ କରଥିବା ଅଭିଯୋଗ ହୋଇଥିଲା।