ମୁହଁ ଖୋଲିଲେ ଦୀପାଳି; ସିବିଆଇ ତଦନ୍ତ ଆଗକୁ ନେବେ କି ମୋହନ ସରକାର

0

ଭୁବନେଶ୍ୱର;ମୁହଁ ଖୋଲିଲେ ନବ ଦାସଙ୍କ ଝିଅ ଦୀପାଳି ଦାସ । କହିଲେ, ମୋ ପରିବାର ଉପରେ ଆକ୍ଷେପ କରାଯାଇଛି । ଝିଅ ହିସାବରେ ମତେ ବାଧୁଛି । କିଛି ବିଜେପି ବିଧାୟକ ବାପାଙ୍କ ବାରମ୍ବାର ମୃତ୍ୟୁ ପ୍ରସଙ୍ଗ ଉଠାଇ ଚାଲିଛନ୍ତି । ବାପାଙ୍କ ମୃତ୍ୟୁର ସିବିଆଇ ତଦନ୍ତ ହେବ କି ? ସିବିଆଇ ତଦନ୍ତ ଆଗକୁ ନେବେ କି ମୋହନ ସରକାର । ବାପାଙ୍କ ହତ୍ୟା ମାମଲାର ତଦନ୍ତ ପାଇଁ ପରିବାରର ଲେଖା ମାଗୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ ଆମ ପରିବାରକୁ ଡାକନ୍ତୁ । ସିବିଆଇ ତଦନ୍ତ ବିଷୟରେ ନିଶ୍ଚିତ ଭାବେ ଆଗକୁ ବଢ଼ନ୍ତୁ ବୋଲି ଦୀପାଳି କହିଛନ୍ତି । ସେପଟେ ବାପାଙ୍କ ମୃତ୍ୟୁର ସିବିଆଇ ତଦନ୍ତ ନେଇ ଦୀପାଳୀଙ୍କ ବୟାନ ଉପରେ ବିଜେପିର ପ୍ରତିକ୍ରିୟା । ବିଜେପି ବିଧାୟକ ବାବୁ ସିଂ କହିଛନ୍ତି, ଘଟଣାର ୨ ବର୍ଷ ପରେ ଏ କଥା ଉଠାଇଲେ । ବିଧାନସଭାରେ ମଧ୍ୟ ଉଠାଇନାହାନ୍ତି ସାନ ଭଉଣୀ । ସେ ତେବେଳେ ତାଙ୍କ ସରକାର ଥିଲା. ବିଧାନସଭାରେ ଏ କଥା ଉଠାଇପାରିଥାନ୍ତେ । ହଜାର ହଜାର ଲୋକ ନବଦାସଙ୍କ ମୃତ୍ୟୁର ସତ୍ୟ ଜାଣିବାକୁ ଚାହାଁନ୍ତି । ସିବିଆଇ ତଦନ୍ତ ଚାହୁଁଥିଲେ ମୁଁ ଯିବି ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଲେଖିକି ଦେବା ।