ବିପୁଳ ଭୋଟରେ ଜିତିବେ ଦୀପାଳି
ଝାରସୁଗୁଡା ଉପ-ନିର୍ବାଚନରେ ବିଜେଡି ବିପୁଳ ଭୋଟରେ ବିଜୟ ହାସଲ କରିବ ବୋଲି କହିଛନ୍ତି ବିଜେଡିର ବରିଷ୍ଠ ଉପ-ସଭାପତି ଦେବୀ ମିଶ୍ର
ଝାରସୁଗୁଡା:ଝାରସୁଗୁଡା ଉପ ନିର୍ବାଚନ ପାଇଁ ସରିଛି ଭୋଟଗ୍ରହଣ । କିଏ ଜିତିବ, କିଏ ହାରିବ ତାହାର ଚାଲିଛି ଅଙ୍କକଷା । ଏସବୁ ଭିତରେ ଝାରସୁଗୁଡା ଉପ-ନିର୍ବାଚନରେ ବିଜେଡି ବିପୁଳ ଭୋଟରେ ବିଜୟ ହାସଲ କରିବ ବୋଲି କହିଛନ୍ତି ବିଜେଡିର ବରିଷ୍ଠ ଉପ-ସଭାପତି ଦେବୀ ମିଶ୍ର । ଉପ-ନିର୍ବାଚନର ଫଳାଫଳକୁ ନେଇ ଦେବୀ କହିଛନ୍ତି, ଅଧିକ ଭୋଟିଂ ଆମ ପାଇଁ ସହାୟକ ହେବ । ଜନାଦେଶ ବିଜେଡି ସପକ୍ଷରେ ଯିବ । ଦୀପାଳି ଦାସଙ୍କୁ ଲୋକେ ଆର୍ଶୀବାଦ ଦେଇଛନ୍ତି ସେ ହିଁ ବିଜୟ ହାସଲ କରିବେ ।୩୦ ହଜାରରୁ ଅଧିକ ମାର୍ଜିନି ହେଲେ ବି ତାହା ବିପୁଳ ବିଜୟ । ଗତଥରର ବିଜୟ ବ୍ୟବଧାନରୁ ଅଧିକ ହେବ କି ନାହିଁ ତାହା କହିହେବନି ।ଝାରସୁଗୁଡାରେ ଅନ୍ୟ ଦଳର ପ୍ରଦର୍ଶନ କଣ ରହିବ ତାହାକୁ ନେଇ ଦେବୀ କହିଛନ୍ତି, ବିଜେପି ଦ୍ୱିତୀୟ ସ୍ଥାନ ବଜାୟ ରଖିବା ପାଇଁ ବହୁତ ପରିଶ୍ରମ କରିଛି । କାରଣ ବିଜେପି ଗତଥର ଦ୍ୱିତୀୟ ସ୍ଥାନରେ ଥିଲା ତେଣୁ ତାକୁ ବଜାୟ ରଖିବା ପାଇଁ ଶେଷ ମହୁର୍ତ୍ତରେ ସେମାନେ ବହୁତ ଲାଗିଛନ୍ତି । ଏଭଳି କହି ବିଜେଡିର ବିଜୟ ନିଶ୍ଚିତ।