ସୁସ୍ଥ ଅନୁଭବ କଲେ ଦୀପିକା

0

ମୁମ୍ବାଇ: ଶୁଟିଂ ସେଟରେ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ହସ୍ପିଟାଲରୁ ବାହାରିଛନ୍ତି। ଆଜି ସେ ହାଇଦ୍ରାବାଦରେ ତାଙ୍କ ପରବର୍ତ୍ତୀ ଫିଲ୍ମ କେର ଶୁଟିଂ ସେଟ୍ରେ ଥିବା ବେଳେ ଅସୁସ୍ଥ ହୋଇଥିଲେ। ଏଥିପାଇଁ ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ କିଛି ଘଣ୍ଟା ଧରି ଡାକ୍ତରମାନେ ତାଙ୍କର ଚିକିତ୍ସା କରିଥିଲେ। ଏହାପରେ ସେ ସୁସ୍ଥ ଅନୁଭବ କରିବାରୁ ପୁଣିଥରେ କେର ଶୁଟିଂ ସେଟକୁ ଫେରିଥିବା ଜଣାପଡ଼ିଛି। କିନ୍ତୁ ଦୀପିକାଙ୍କର କ’ଣ ହୋଇଥିଲା ଓ ସେ କାହିଁକି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ, ସେକଥା ଜଣାପଡ଼ିନି।ମିଳିଥିବା ଖବର ଅନୁଯାୟୀ, ଶୁଟିଂ ଚାଲିଥିବା ବେଳେ ହଠାତ୍ ଦୀପିକା ଅସହଜ ଅନୁଭବ କରିଥିଲେ। ଏହାପରେ ତାଙ୍କ ହୃଦସ୍ପଦନ ବଢ଼ି ଯାଇଥିଲା। ସେ ଅସ୍ଥିର ଅନୁଭବ କରିବାରୁ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସିତ ହେବା ପରେ ସେ ପୁଣି କେ ସେଟକୁ ଫେରିଛନ୍ତି ଓ ଧୀରେଧୀରେ ସ୍ୱାଭାବିକ ଅନୁଭବ କରୁଥିବା ଏହି ସୂତ୍ରରେ କୁହାଯାଇଛି।