ସିଦ୍ଧାନ୍ତ ସହ ରୋମୋଣ୍ଟିକ୍ ଫଟୋ ସେୟାର କଲେ ଦୀପିକା
ଦୀପିକା ରଣବୀରଙ୍କୁ ଛାଡି ଅଭିନେତା ସିଦ୍ଧାନ୍ତ ସହ ରୋମୋଣ୍ଟିକ୍ ଫଟୋ ଏବେ ସାମ୍ନାକୁ ଆସିଛି।
(ମୁମ୍ବାଇ) : ଦୀପିକା ରଣବୀରଙ୍କୁ ଛାଡି ଅଭିନେତା ସିଦ୍ଧାନ୍ତ ସହ ରୋମୋଣ୍ଟିକ୍ ଫଟୋ ଏବେ ସାମ୍ନାକୁ ଆସିଛି। ଏହି ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଶକୁନ୍ ବତ୍ରାଙ୍କ ଦ୍ୱାରା ନିର୍ଦ୍ଦେଶିତ ବହୁ ପ୍ରତୀକ୍ଷିତର ଫିଲ୍ମ ମୁଖ୍ୟ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଜନ୍ମଦିନର ଅବସରରେ ଏହାର ନୂଆ ପୋଷ୍ଟରଗୁଡ଼ିକୁ ରିଲିଜ କରାଯାଇଛି। ଏହି ପୋଷ୍ଟରେ ଫିଲ୍ମର ପୂରା ଷ୍ଟାରକାଷ୍ଟ ନଜର ଆସିଛନ୍ତି। ପୋଷ୍ଟରକୁ ଦେଖି ଏବେ ଦର୍ଶକଙ୍କ ଫିଲ୍ମ ପ୍ରତି ଉତ୍କଣ୍ଠା ବଢିଛି ।
ସୂଚନାନୁଯାୟୀ , ଦୀପିକା ପାଦୁକୋନ୍ ସର୍ବପ୍ରଥମେ ଏହି ଫିଲ୍ମର ପୋଷ୍ଟର ଶେଆର କରିଥିଲେ। ଏହାକୁ ଶେଆର କରି କ୍ୟାପସନରେ ଲେଖିଥିଲେ, ‘ବିଶେଷ ଦିନରେ ଆପଣ ସମସ୍ତଙ୍କ ପାଇଁ ଏକ ବିଶେଷ ଉପହାର’। ଏହି ଫିଲ୍ମର ଲିଡ୍ ରୋଲରେ ଦୀପିକା ପାଦୁକୋନ, ଗଲିବୟ ଫେମ୍ ସିଦ୍ଧାନ୍ତ ଚର୍ତୁବେଦୀ ଏବଂ ଅନନ୍ୟା ପାଣ୍ଡେ ଅଛନ୍ତି। ଏଥିସହ ନାସିରୁଦ୍ଦିନ ଶାହା ଓ ରଜତ କପୁରଙ୍କୁ ମଧ୍ୟ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ। ଫେବ୍ରୁଆରୀ ୧୧ ତରିଖରେ ଓଟିଟି ପ୍ଲାଟଫର୍ମରେ ୱାର୍ଲ୍ଡ ୱାଇଡ୍ ଏହି ଫିଲ୍ମଟି ରିଲିଜ ହେବ। ଅର୍ଥାତ ଭାରତ ସମେତ ୨୪୦ଟି ଦେଶରେ ଦର୍ଶକ ଆମାଜନ ପ୍ରାଇମ ଭିଡିଓ ଜରିଆରେ ଏହି ଫିଲ୍ମର ମଜା ନେଇପାରିବେ।