୪୯୭ କୋଟିର ମାଲିକାଣୀ ଦୀପିକା ପାଦୁକୋନ୍

0

ଦୀପିକା ପାଦୁକୋନ୍ ହେଉଛନ୍ତି ବଲିଉଡର ସବୁଠୁ ପାରିଶ୍ରମିକ ନେଉଥିବା ଅଭିନେତ୍ରୀ । ସେ ୨୦୦୭ରେ ‘ଓମ୍ ଶନ୍ତି ଓମ୍’ ପିଲ୍ମରୁ କ୍ୟାରିୟର ଆରମ୍ଭ କରିଥିଲେ । ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ସୁପର ଡୁପର ହିଟ ହୋଇଥିଲା ।ଏହାପରେ ଦୀପିକା ପଛକୁ ଦେଖି ନଥିଲେ । ଦୀପିକା ତାଙ୍କ କ୍ୟାରିୟରରେ ଗୋଟିଏ ପରେ ଗୋଟିଏ ଫିଲ୍ମ ବକ୍ସ ଅଫିସରେ ସୁପର ହିଟ ହୋଇଥିଲା ।ଏନେଇ ତାଙ୍କର ଫିସ୍ ବୃଦ୍ଧି ଲଗାତର ବଢି ଚାଲିଛି। ଗତ କିଛି ବର୍ଷ ମଧ୍ୟରେ ସେ ମଧ୍ୟ ଅନେକ ସମ୍ପତ୍ତିର ଅଧିକାରିଣୀ ହୋଇଛନ୍ତି। ଆଜି ଦୀପିକା ପାଦୁକୋନ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକାଣୀ ।ଦୀପିକାଙ୍କ ସମ୍ପତ୍ତି ମୂଲ୍ୟ ୪୯୭ କୋଟି ଟଙ୍କା ବୋଲି ଆକଳନ କରାଯାଇଛି।

ଦୀପିକା ଗୋଟିଏ ଫିଲ୍ମ ପାଇଁ ୧୪ କୋଟି ଟଙ୍କା ନେଉଛନ୍ତି । ତାଙ୍କର ସ୍ପେଶାଲ୍ ଲୁକ୍ ପାଇଁ ଦୀପିକା କୋଟି କୋଟି ଟଙ୍କା ଦାବି କରନ୍ତି। ୨୦୧୪ ମସିହାରେ, ସେ ରଜନୀକାନ୍ତଙ୍କ ଫିଲ୍ମ ‘କୋଚାଦାଇୟାନ’ ପାଇଁ ୩ କୋଟି ଟଙ୍କା ନେଇଥିଲେ।ନେଟ୍ ୱର୍ଥ ଦୃଷ୍ଟିରୁ ଦୀପିକା ପାଦୁକୋନ୍ ଅନୁଷ୍କା ଶର୍ମା ଏବଂ କ୍ୟାଟ୍ରିନା କୈଫଙ୍କୁ ମଧ୍ୟ ପଛରେ ପକେଇଦେଇଛନ୍ତି। ବର୍ତ୍ତମାନ ଅନୁଷ୍କାଙ୍କ ସମ୍ପତ୍ତିର ମୂଲ୍ୟ ୨୫୫କୋଟି ହୋଇଥିବାବେଳେ କ୍ୟାଟ୍ରିନାଙ୍କ ସମ୍ପତ୍ତି ମୂଲ୍ୟ ୨୨୦ କୋଟି ଟଙ୍କା। ଦୀପିକା ପାଦୁକୋନଙ୍କ ନେଟ୍ ୱର୍ଥ ମୂଲ୍ୟ ଏହି ଦୁଇ ସୁନ୍ଦରୀଠାରୁ ପ୍ରାୟ ଦୁଇ ଗୁଣ ଅଧିକ।

ଦୀପିକାଙ୍କ ଇନଷ୍ଠାଗ୍ରାମରେ ୭୪.୬ ମିଲିୟକ ଫୋଲର୍ସ ଅଛନ୍ତି । ଇନଷ୍ଠାଗ୍ରାମର ଏକ ପୋଷ୍ଟ ଶେୟାର କରିବା ପାଇଁ ୧.୫ କେଟି ଟଙ୍କା ନିଅନ୍ତି । ଦୀପିକା ବ୍ରାଣ୍ଡର ପ୍ରୋମସନ କରିବାକୁ ୭ରୁ ୧୦ କୋଟି ଚାର୍ଜ କରନ୍ତି । ବର୍ତ୍ତମାନ ଦୀପିକାଙ୍କ ମୁମ୍ବାଇରେ ଦୁଇଟି ବିଳାସପୂର୍ଣ୍ଣ ଘର ଅଛି । ଗୋଟିଏର ମୁଲ୍ୟ ୬ କୋଠି ଅନ୍ୟଟିର ମୁଲ୍ୟ ୧୧୯ କୋଟି । ସେ ୭ଟି ଷ୍ଟାଟଅର୍ଫ କମ୍ପାନୀରେ ଟଙ୍କା ନିବେଶ କରିଛନ୍ତି । ଦୀପିକାଙ୍କ ପାଖରେ ଅଡି, ବିଏମଡବ୍ଲୁ ,ରେଞ୍ ରୋଭର, ମର୍ସିଡିଜ ଭଳି ବଡ ବଡ କମ୍ପାନୀର ମହଙ୍ଗା କାର ତାଙ୍କ ପାଖରେ ରହିଛି ।