ହରିଣ ମାରି ମାଂସ କାଟୁଥିବା ବେଳେ ଅଭିଯୁକ୍ତ ଗିରଫ

0

(ଅନୁସ୍ୱୟା)ଭୁବନେଶ୍ୱର: ଗତକାଲି ସାତକୋଶିଆ ଅଭୟାରଣ୍ୟର ପୁରୁଣାକୋଟ ପଞ୍ଚାୟତ ଅନ୍ତର୍ଗତ କମ୍ପାର୍ଟମେଣ୍ଟ୍ ନମ୍ବର ୬ସ୍ଥିତ କୋହ୍ଲସାହିର ସାତ ଜଣ ଲୋକ ଗୋଟାଏ ହରିଣ ଶିକାର କରିଥିଲେ। ଫାଶ ପକାଇ କିଂବା କୁକୁର ଝୁଲାଇ ସେମାନେ ହରିଣଟିକୁ ଧରିଥିବା ଅନୁମାନ କରାଯାଉଛି।
କିନ୍ତୁ ଆଜି ସକାଳେ ସେମାନେ ମୃତ ହରିଣର ମାଂସ କାଟୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ବନ ବିଭାଗ କର୍ମଚାରୀମାନେ ଚଢ଼ାଉ କରିଥିଲେ। ଘଟଣାସ୍ଥଳରୁ ସେମାନେ ଆଠଦଶ କିଲୋ ମାଂସ ଓ ଛାଲ ଜବତ କରିଛନ୍ତି। ଗିରଫ ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ତିନି ଜଣ ମହିଳା ଓ ଚାରି ଜଣ ପୁରୁଷ।