ଭାରତୀୟ ବାୟୁସେନାର ଶକ୍ତି ହେବ ଦ୍ୱିଗୁଣତ । ଏନେଇ ରକ୍ଷାମନ୍ତ୍ରଣାଳୟ ତାଫରୁ ଭାରତୀୟ ବାୟୁସେନା ପାଇଁ ଏକ ବଡ କ୍ରୟ ଉପରେ ମଞ୍ଜୁର ପ୍ରଦାନ କରିଛନ୍ତି । ରାକ୍ଷା ମନ୍ତ୍ରଣାଳାୟ ତରଫରୁ ୧୨ଟି ସୁଖୋଇ ୩୦ଏମକେଆର ଯୁଦ୍ଧ ବିମାନକ କିଣିବାକୁ ମଞ୍ଜୁର ପ୍ରଦାନ କରିଛନ୍ତି ।ସବୁଠାରୁ ବଡକଥା ଏହି ସବୁ ବିମାନକୁ ମେକ୍ ଇନ୍ ଇଣ୍ଡିଆ ଯୋଜନା କ୍ରମରେ ହିନ୍ଦୁସ୍ତାନ ଏରୋନେଟିକ କମ୍ପାନୀ ନିର୍ମାଣ କରିବ । ଅର୍ଥାତ ଏହାର ନିର୍ମାଣ ଭାରତରେ ହିଁ ହେବ ।
ଋକ୍ଷା ଅଧିକାରୀଙ୍କ କହିବା ମୁତାବକ ୧୧ହଜାର କୋଟି ଟଙ୍କାର ଏହି ପରିଯୋଜନାରେ ବିମାନ ଓ ଏହା ସମ୍ବନ୍ଧିତ ଗ୍ରାଉଣ୍ଡ ସିଷ୍ଟମ ସାମିଲ ହେବ । ବିମାନର ଆବଶ୍ୟକତା ମୁତାବକ ସାମଗ୍ରୀ ସାମିଲ କରାଯିବ । ସୂଚନା ମୁତାବକ ଏହି ୧୨ଟି ବିମାନ ସେହି ୧୨ଟି ବିମାନ ସ୍ଥାନରେ ଆସିବ ଯାହା ପୂର୍ବରୁ ଦୁର୍ଘଟଣା କାରଣରୁ ନଷ୍ଟ ହୋଇଯାଇଛି । ଏହି ବିମାନର ସ୍ୱତନ୍ତ୍ରତା ହେଉଛି ଏହା ଆକାଶରୁ ମାଟି ଓ ମାଟିରୁ ଆକାଶ ଏକା ସାଥୀରେ ଯୁଦ୍ଧ ଲଢିପାରିବ ।