ପୁଣି ଡେଲାଙ୍ଗ ରେ ମୂର୍ତ୍ତି ଚୋରୀ

0

(ଗୋପ / ଜୟନ୍ତ କୁମାର ସେଠୀ ): ପୁଣି ଡେଲାଙ୍ଗ ରେ ମୂର୍ତ୍ତି ଚୋରୀ । ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅଞ୍ଚଳରେ କିଛି ଦିନ ଚୋରୀ ଡକାୟତି ବନ୍ଦ ରହିଥିବା ବେଳେ ଏବେ ପୁଣି ଆରମ୍ଭ ହୋଇଯାଇଛି ମନ୍ଦିରରୁ ମୂର୍ତ୍ତି ଚୋରୀ । ପଟ୍ଟନାୟକିଆ- ଖୋର୍ଦ୍ଦା ରାସ୍ତାର ରାମଚନ୍ଦ୍ରପୁର ଗ୍ରାମ ମୁଣ୍ଡରେ ଏକ ମହାବୀରି ମନ୍ଦିର ରହିଛି । ସେଠାରେ ଅଳ୍ପଦିନ ତଳେ ରାମ, ଲକ୍ଷ୍ମଣଙ୍କ ସହିତ ସୀତା ଙ୍କ ମୂର୍ତ୍ତି ସ୍ଥାପନ କରାଯାଇଥିଲା । ସେହିଦିନ ଠାରୁ ମନ୍ଦିରରେ ତିନିମୂର୍ତ୍ତି ପୂଜା ପାଇ ଆସିଥିଲେ । ପତିଦିନ ପରି ପୂଜାରୀ ଠାକୁରଙ୍କ ସମସ୍ତ ନୀତିକାନ୍ତି ସାରିବା ପରେ ମନ୍ଦିର ପହୁଡ଼ ପକାଇ ଦୁଆରରେ ଚାବି ପକାଇ ଘରକୁ ଯାଇଥିଲେ । ଆଜି ସକାଳୁ ପୂଜା କରିବାକୁ ଆସିବା ସମୟରେ ଚାବି କଟା ଯାଇଥିବା ସହ ପିତ୍ତଳର ରାମ ଲକ୍ଷ୍ମଣ ଦୁଇଟି ମୂର୍ତ୍ତି ଚୋରୀ ହୋଇଯାଇଛି । ଯାହାରକି ଓଜନ ପ୍ରାୟ ୧୫ରୁ ୨୦ କିଲୋ ହେବ ବୋଲି ଜଣାପଡିଛି । ଏହା ସହିତ ୧୨ ପଟ ଘଣ୍ଟ, ଠାକୁରଙ୍କ ରୂପାର କୀରଟି ଚୋରି ହୋଇଥିବା ମନ୍ଦିରର ପରିଚାଳକ ଆରତି ସାହୁ ଡେଲାଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।