କେବେ ଥମିବ ଦିଲ୍ଳୀରେ ହିଂସା

0

(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ): ଶିକ୍ଷା ଉପରେ ଭାରି ପଡ଼ିଲା ନାଗରିକତା ସଂଶୋଧନ ଆଇନ । ଗୋଟେ ପଟେ ଆଜି ସିବିଏସଇ ୧୦ମ ଶ୍ରେଣୀ ପରୀକ୍ଷା ଆରମ୍ଭ ହେଇଥିବା ବେଳେ ଗତକାଲି ଦିଲ୍ଳୀର ହୋଇଥିବା ହିଂସା ପାଇଁ ଆଜି ପରୀକ୍ଷାକକୁ ବାତିଲ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଶିକ୍ଷାମନ୍ତ୍ରୀ ମନୀଷ ସିସୋଦିଆ । ଟୁଇଟ କରି ସୂୂଚନା ଦେଇଛନ୍ତି ଆଜି ଦିଲ୍ଳୀର ଉତ୍ତର ପୂର୍ବ ଜିଲ୍ଳାର ସମସ୍ତ ବିଦ୍ୟାଳୟ । ଏପରିକି ଆଜିର ପରୀକ୍ଷାକୁ ବାତିଲ ମଧ୍ୟ କରାଯାଇଛି । ପ୍ରଥମ ଦିନରେ ଛାତ୍ରଛାତ୍ରୀମାନେ ଇଂରାଜୀ ବିଷୟରେ ପରୀକ୍ଷା ଦେଉଛନ୍ତି ।
ସୂଚନା ଅନୁସାରେ ଗତକାଲି ଉତ୍ତର-ପୂର୍ବ ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନକୁ ନେଇ ଦେଖାଯାଇଥିବା ହିଂସାରେ ସୋମବାର ଠାରୁ ମଙ୍ଗଳବାର ରାତି ଯାଏଁ ୧୩ ଜଣଙ୍କ ମୃତ୍ୟୁ ହୋଇଛି । ସେହିଭଳି ଉତ୍ତେଜନା ସମୟରେ ଆକ୍ରମଣର ଶିକାର ହୋଇ ୧୮୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ତେବେ ଦେଖାଯାଉ କେବେ ଥମୁଛି ହିଂସା । ସିଏଏ ସପକ୍ଷବାଦୀ – ବିପକ୍ଷବାଦୀଙ୍କ ଏହି ସଂର୍ଘଷ ୪ ଦିନ ଧରି ଲାଗି ରହିଛି ।