ମୋଦିଙ୍କ ମ୍ୟାଜିକରେ ଫେଲ ମାରିଲା ଆପ…

0

କହି କହି ଦଲ୍ଲୀ କବଜା କଲା ବିଜେପି । ଆପକୁ ଲାଗିଲା ଶକ୍ତ ଝଟକା । କାମ କଲା ମୋଦିଙ୍କ ମ୍ୟାଜିକ । ସେପଟେ ଧରାଶୟୀ ହୋଇଛି ହାତ । ଶେଷରେ ସବୁ ଅପେକ୍ଷାର ଅନ୍ତ ଘଟାଇ ପ୍ରକାଶିତ ହୋଇଛି ବାହାରିଲା ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ । ଦିର୍ଘ ୨୭ ବର୍ଷ ପରେ ଦିଲ୍ଲୀରେ ବିଜୟ ପତାକା ଉଡାଇଲା ଭାରତୀୟ ଜନତା ପାର୍ଟି । ନିର୍ବାଚନ ଦିନ ।କଳନ ହୋଇଥିବା ଏକଜିଟ ପୋଲ ଆଜି ସତ ପ୍ରମାଣିତ ହୋଇଛି । ୭୦ଟି ଆସନରେ ଏକିଜିଟ ପୋଲ ଏକଜାଟ ପୋଲରେ ପରିଣତ ହୋଇଛି । ଟ୍ରେଣ୍ଡ ଅନୁସାରେ ୭୦ ଆସନରୁ ବିଜେପି ୪୮ ଆସନରେ ଆଗରେ ଥିବାବେଳେ, ଆପ୍ କେବଳ ୨୨ଟି ସିଟରେ ଆଗୁଆ ଅଛି ।

ଗଣତି ଆରମ୍ଭରୁ ବିଜେପି ଟ୍ରେଣ୍ଡରେ ରହିବେଳେ ବିଜୟୀ ଲାବ ଏକ ପ୍ରକାର ସ୍ପଷ୍ଟ ହୋଇଯାଇଥିଲା । ସେପଟେ ପରାଜୟ ବରଣ କରିଥିବା ଆପ ମଧ୍ୟ ଏହାକୁ ମାନି ସାରିଛି । ଆପର ବଡ ବଡ ନେତା ହାର ମାନିଛନ୍ତି । ଏପରିକି ଆପ ମୁଖ୍ୟ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ମଧ୍ୟ ନୂଆଦିଲ୍ଲୀ ଆସନରେ ହାରିଯାଇଥିଲେ । ତେବେ ନିଜ ପରାଜୟକୁ ଗ୍ରହଣ କରିଛନ୍ତି ଆପ ମୁଖ୍ୟ ।


ରାଜଧାନୀ ଦିଲ୍ଲୀରେ ପ୍ରାୟ ୨୫ ବର୍ଷ ପରେ କ୍ଷମତାକୁ ଆସିଛି ବିଜେପି । ଅବଶ୍ୟ ୨୦୧୪ରୁ ମୋଦୀଙ୍କ ଲୋକପ୍ରିୟତା ବଢିବାରେ ଲାଗିଥିଲା । ହେଲେ ଦିଲ୍ଲୀରେ କିନ୍ତୁ ବିଜେପିର ଜଲୱା ଦେଖିବାକୁ ମିଳିଥିଲା । ୨୦୨୦ ବିଧାନସଭା ନିର୍ବାଚନରେ ବି ବିଜେପି ହାରିଥିଲା । ହେଲେ ଏଥର ଖେଳ ପୁରା ଓଲଟି ଯାଇଥିଲା। ଅର୍ଥାତ୍ ବିଜେପି ସପକ୍ଷରେ ଭୋଟ୍ ଦେଇଛନ୍ତି ଦିଲ୍ଲୀ ଜନତା ।

ହେଲେ ସବୁଠାରୁ ଲଜ୍ଜାଜନକ କଥା ହେଲା କଂଗ୍ରେସ ଶୂନରେ ଅଟକିଛି ମାନେ ଗୋଟିଏ ବି ଆସନ ଜିତି ପାରିନି । କଂଗ୍ରେସ ଦିଲ୍ଲୀରେ ଖାତା ଖୋଲିବାରେ ଅସମର୍ଥ ହୋଇଛି । ଆଉ ଲଗାତାର ୩ୟ ଥର ପାଇଁ ଦିଲ୍ଲୀରେ ପରାଜୟର ସ୍ବାଦ ଚାଖିଛି କଂଗ୍ରେସ । ବିଜେପି- ୪୮, ଆପ୍-୨୨ ଥିବା ବେଳେ ମୋଟ୍ ୭୦ ଆସନରୁ କଂଗ୍ରେସ-୦ରେ ଅଟକିଛି ।

୨୦୧୪ ପରଠାରୁ କ୍ରମାଗତ ଭାବରେ ବିଜେପି ଖାତାରେ ଅଧିକରୁ ଅଧିକ ଆସନ ଯୋଡ଼ି ହେଉଥିଲା । ଗୋଟିଏ ପରେ ଗୋଟିଏ ରାଜ୍ୟରେ ସେ ବାଜି ବି ମାରୁଥିଲେ । ଏଥର ମୋଦି ଓହ୍ଲାଇଥିଲେ ପ୍ରଚାର ମୈଦାନକୁ । ଏଥର ପ୍ରଥମରୁ ହିଁ ସିଧାସିଧା ଆକ୍ରମଣ କରିବା ସହିତ କେଜ୍ରିୱାଲଙ୍କ ଗୋଟିଏ ପରେ ଗୋଟିଏ ଦୁର୍ନୀତିର ପର୍ଦ୍ଦାଫାଶ କରିଥିଲେ । ଖାଲି ଦିଲ୍ଲୀ ନୁହେଁ ବରଂ ଓଡ଼ିଶାରେ ବି ୨୪ ବର୍ଷର ସରକାରକୁ ହରାଇ ବାଜି ମାରିଥିଲା ବିଜେପି । ଏବେ ଚର୍ଚ୍ଚା, ଆଗାମୀ ଦିନରେ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ହେବ କିଏ ।