ଓଡିଶା ବିଧାନସଭା ମଡେଲକୁ  ଅନୁକରଣ କରିବ ଦିଲ୍ଲୀ ବିଧାନସଭା: ଦିଲ୍ଲୀ ବାଚସ୍ପତି ଭିଜେନ୍ଦ୍ର ଗୁପ୍ତା

0

ଭୁବନେଶ୍ୱର:  ଓଡିଶା ବିଧାନସଭା ମଡେଲକୁ  ଅନୁକରଣ କରିବ ଦିଲ୍ଲୀ ବିଧାନସଭା। ଏନେଇ ସୂଚନା ଦେଇଛନ୍ତି ଦିଲ୍ଲୀ ବିଧାନସଭାର ବାଚସ୍ପତି ଭିଜେନ୍ଦ୍ର ଗୁପ୍ତା । ଦିଲ୍ଲୀ ବିଧାନସଭାର ବାଚସ୍ପତି, ଉପବାଚସ୍ପତିଙ୍କ ସମେତ ଏକ 7ଜଣିଆ ଟିମ ଓଡିଶା ବିଧାନସଭା ବୁଲି ଦେଖିବା ସହ  ଆସନ୍ତା ମୌସୁମୀ ଅଧିବେଶନ ପୂର୍ବରୁ ଦିଲ୍ଲୀ ବିଧାନସଭାରେ ଓଡିଶା ପରି ନାସନାଲ ଇ ବିଧାନ ଅପ୍ପଲିକେସନ ବା ନେଭାକୁ କିଭଳି ସଠିକ ଭାବରେ ଲାଗୁ କରାଯାଇପାରିବ  ସେନେଇ ତର୍ଜମା କରିଛନ୍ତି। ଆସନ୍ତା 100 ଦିନ ମଧରେ  ଦିଲ୍ଲୀ ବିଧାନସଭାରେ  ନେଭା ଆପ୍ଲିକେସନ  ଲାଗୁ କରାଯିବ ସହ ଓଡିଶାର କିଛି ଅଧିକାରୀଙ୍କୁ ଡେପୁଟେସନରେ ନିଆଯିବ ବୋଲି କହିଛନ୍ତି ଦିଲ୍ଲୀ ବାଚସ୍ପତି ଭିଜେନ୍ଦ୍ର ଗୁପ୍ତା |