ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଲା ଜାମିନ

0

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଲା ଆଶ୍ୱସ୍ତି।  ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ସିବିଆଇ ଦ୍ଵାରା ଗିରଫ ହୋଇଥିବା କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟରୁ ମିଳିଛି ଜାମିନ । ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମ୍ କୋର୍ଟ । ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଓ  ଜଷ୍ଟିସ୍ ଉଜ୍ଜଳ ଭୁୟନଙ୍କ ଖଣ୍ଡପୀଠରେ ଆସିଲା ରାୟ । ଟ୍ରାଏଲ କୋର୍ଟକୁ ମାମଲାର ଶୁଣାଣିରେ ସହଯୋଗ କରିବାକୁ ସର୍ତ୍ତ ରଖିଛନ୍ତି କୋର୍ଟ ।  ୧୦ ଲକ୍ଷ ଟଙ୍କା ଲେଖାଏ ୨ ମୁଚାଲିକାଙ୍କ ବଦଳରେ ଜାମିନ୍ ମିଳିଛି । CBI ଗିରଫଦାରୀକୁ ଚ୍ୟାଲେଞ୍ଜ କରିଥିଲେ ଅରବିନ୍ଦ କେଜ୍ରିୱାଲ । ତେବେ ଆଜି ତାଙ୍କୁ ବେଲ୍ ମିଳିଛି ଏବଂ ସେ ୧୫୬ ଦିନ ପରେ ଜେଲରୁ ବାହିରିବେ ।

ସୁପ୍ରିମକୋର୍ଟ କେଜ୍ରିୱାଲଙ୍କୁ ଜାମିନ ପ୍ରଦାନ କରିଥିବା ବେଳେ ଏଥିନିମନ୍ତେ କିଛି ସର୍ତ୍ତ ବି ଲାଗୁ କରିଛନ୍ତି ।  ଜେଲ୍‌ରୁ ମୁକୁଳିବା ପରେ କେଜ୍ରିୱାଲ କୌଣସି ଫାଇଲ୍‌ ଉପରେ ଦସ୍ତଖତ କରି ପାରିବେନି। ଏଥିସହ କେଜ୍ରିୱାଲଙ୍କ କାର୍ଯ୍ୟାଳୟ ଯିବା ଉପରେ ବି ଲାଗିଛି ରୋକ୍‌ ।  ଏଥିସହ ଏହି ମାମଲାରେ ସେ କୌଣସି ବୟାନ ବା ଟିପ୍ପଣୀ ସାର୍ବଜନିକ ସ୍ଥାନରେ କରିପାରିବେନି।