ନୂଆଦିଲ୍ଲୀ: ୭ଦିନିଆ ଇଡି ରିମାଣ୍ଡରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀ ମଦ ନୀତୀ ଦୁର୍ନୀତିରେ ଗିରଫ ହୋଇଥିଲେ କେଜ୍ରିୱାଲ । ପରେ ତାଙ୍କୁ ଆଭେନ୍ୟୁ କୋର୍ଟରେ ହାଜର କରି ୧୦ ଦିନ ରିମାଣ୍ଡ ପାଇଁ ଆବେଦନ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । କିନ୍ତୁ କୋର୍ଟ ୭ ଦିନ ପାଇଁ ଅନୁମତି ଦେଇଛନ୍ତି । କୋର୍ଟଙ୍କ ଅନୁମତି ମିଳିବା ପରେ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି ନିଜ ହେପାଜତକୁ ନେଇଛି । ଆସନ୍ତା ୨୮ ତାରିଖରେ ପୁଣି ଥରେ ରାଉଜ ଆଭେନ୍ୟୁ କୋର୍ଟରେ ହାଜର ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । କୋର୍ଟରେ ଇଡି କେଜ୍ରିୱାଲଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛି । ଇଡି କହିଛି ଯେ, ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ କେଜ୍ରିୱାଲ କିଙ୍ଗପିନ୍ ବା ମାଷ୍ଟରମାଇଣ୍ଡ । ଏହି ମାମଲା ସହ ଜଡ଼ିତ ଅନେକ ଇଲେକ୍ଟ୍ରୋନିକ୍ ପ୍ରମାଣ ନଷ୍ଟ କରାଯାଇଛି ବୋଲି କହିଛି ଇଡି । ଅନେକ ଫୋନ୍ ଭଙ୍ଗାଯାଇଥିବା ଅଭିଯୋଗ ଆଣିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ରିମାଣ୍ଡରେ ନେଇଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ରିମାଣ୍ଡରେ ନେବା ପରେ ଇଡି ଲକଅପରେ କେଜ୍ରିୱାଲଙ୍କ କଟିଛି ରାତି ।