ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଲାନି ଆଶ୍ୱସ୍ତି

0

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଲାନି ଆଶ୍ୱସ୍ତି ।ସୁପ୍ରିମକୋର୍ଟ କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ ଦେବାକୁ ମନା କରିଦେଇଛନ୍ତି । କୋର୍ଟରେ କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ ଦେବାକୁ ମନା କରିଦେଇଛନ୍ତି । କୋର୍ଟରେ କେଜ୍ରିୱାଲଙ୍କ ସପକ୍ଷରେ ସିସୋଦିଆଙ୍କ ଯୁକ୍ତି ଉପସ୍ଥାପନ କରାଯାଇଥିଲା , ଯାହା କାମ କରି ନ ଥିଲା । କେଜ୍ରିୱାଲଙ୍କ ଜାମିନ ଆବେଦନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ଜଷ୍ଟସ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟସ ଉଜ୍ଜଳ ଭୂୟାଁଙ୍କ ବେଞ୍ଚ ଏହି ମାମଲାରେ ଅନ୍ତରୀଣ ଜାମିନ ପ୍ରଦାନ କରିବାକୁ ମନା କରିଦେଇଛନ୍ତି । ଏହା ସହ ସିବିଆଇକୁ ମଧ୍ୟ ନୋଟିସ ଜାରି କରିଛନ୍ତି ।
କେଜ୍ରିୱାଲ ଜାମିନ ସହ ତାଙ୍କ ଗିରଫଦାରୀକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଆବେଦନ ଦାଖଲ କରିଛନ୍ତି । ଆସନ୍ତା ୨୩ରେ ଆବେଦନ ଉପରେ ଶୁଣାଣି ହେବ । ସିବିଆଇକୁ ଅଗଷ୍ଟ ୨୩ ସୁଦ୍ଧା ଜବାବ ଦେବାକୁ ପଡିବ । ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ କେଜ୍ରିୱାଲଙ୍କ ଓକିଲ ଅନ୍ତରୀଣ ଜାମିନ ମାଗିଥିଲେ, ଯୋଉଁଥିଲେ ସୁପ୍ରିମକୋର୍ଟ ଜାମିନ ଦାବିକୁ ପ୍ରତ୍ୟାଖ୍ୟାନ କରିଥିଲେ । ଓକିଲ କହିଛନ୍ତି ଯେ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟ ସମସ୍ୟା ହେତୁ ମୁଁ ଅନ୍ତରୀଣ ଜାମିନ ଆବେଦନ କରିଛି । ନିମ୍ନ ଅଦାଲତ ଇଡି ମାମଲରେ ନିୟମିତ ଜାମିନ ପ୍ରଦାନ କରିଛନ୍ତି, କିନ୍ତୁ ହାଇକୋର୍ଟ ଏହାକୁ ସ୍ଥଗିତ ରଖିଛନ୍ତି ।