ମାଆର ଥିଲା ସେ ଲିଭ-ଇନ୍‌-ପାର୍ଟନର, ହେଲେ ପାର୍ଟନରର ଝିଅ ଉପରେ ଥିଲା ଖରାପ ନଜର…

0

ଦିଲ୍ଲୀ : ମାଆର ଥିଲା ସେ ଲିଭ-ଇନ୍‌-ପାର୍ଟନର । ହେଲେ ପାର୍ଟନରର ଝିଅ ଉପରେ ଥିଲା ଖରାପ ନଜର | ଝିଅକୁ ଛାଡିଲାନି ମାଆର ଲିଭ-ଇନ୍‌-ପାର୍ଟନର । ୧୪ ବର୍ଷର ନାବାଳିକା ଝିଅକୁ ଦୁଷ୍କର୍ମ କଲା ଯୌନ ପିପାସୁ | ଥରେ ନୁହେଁ, ବାରମ୍ୱାର ନାବାଳିକା ଜଣକ ଯୌନ ରାକ୍ଷସ ଅତ୍ୟାଚାରର ଶିକାର ହେବା ପରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଜାନୁଆରି ୧୪ ତାରିଖରେ ଅଭିଯୁକ୍ତଙ୍କ ବିରୋଧରେ ପୁଲିସ୍‌ରେ ଅଭିଯୋଗ ହୋଇଛି। ଏମିତି ଅଭାବନୀୟ ଘଟଣା ରାଜଧାନୀ ଦିଲ୍ଲୀରେ ଘଟିଛି | ଘଟଣାରେ ଜଣେ ଅଭିଯୁକ୍ତକୁ ପୋଲିସ ଗିରଫ ଵି କରିଛି ।

ତେବେ ଅଭିଯୁକ୍ତଙ୍କ ଲିଭ୍‌-ଇନ୍‌ ପାର୍ଟନର ଜଣକ ୮ ବର୍ଷ ପୂର୍ବେ ତାଙ୍କ ସ୍ୱାମୀଙ୍କୁ ଛାଡିଥିଲେ। ମହିଳାଙ୍କର ପ୍ରଥମ ବିବାହରୁ୩ ସନ୍ତାନ ଥିଲେ। ସ୍ୱାମୀ ଛାଡିବା ପରେ ମହିଳା ଜଣକ ବସ୍ ଡ୍ରାଇଭର ଅଙ୍କିତ ଯାଦବଙ୍କ ସହ ଲିଭ-ଇନ୍ ସମ୍ପର୍କରେ ରହୁଥିଲେ। ଏମାନଙ୍କର ଗୋଟିଏ ପୁତ୍ର ସନ୍ତାନ ବି ଅଛି ।

ସୂଚନା ଥାଉକି, କିଛି ଦିନ ପୂର୍ବେ ଘରେ କେହି ନ ଥିବା ସୁଯୋଗରେ ଅଭିଯୁକ୍ତ ଜଣକ ମହିଳାଙ୍କ ୧୪ ବର୍ଷୀୟା ନାବାଳିକା ଝିଅଙ୍କୁ ଜୋରଜବରଦସ୍ତ ଦୁଷ୍କର୍ମ କରିଥିଲେ । ଏପରିକି ଏହି ଘଟଣା ବାହାରେ ପ୍ରଘଟ କଲେ ଅବସ୍ଥା ଅସମ୍ଭାଳ ହେବ ବୋଲି ଧମକ ଦେଇଥିଲେ। ଏହାପରେ ସେ ବହୁ ଥର ନାବାଳିକାଙ୍କୁ ଦୁଷ୍କର୍ମ କରିଛି । ଏଥିରେ ଅତିଷ୍ଠ ହୋଇ ନାବାଳିକା ଜଣକ ଏନେଇ ନିଜ ମା’ଙ୍କୁ ଅବଗତ କରିବା ପରେ ଥାନାରେ ଅଭିଯୋଗ କରିଥିଲେ। ପୋଲିସ୍‌ ନାବାଳିକାଙ୍କ ଡାକ୍ତରୀ ମାଇନା କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏନେଇ ପସ୍କୋ ଆକ୍ଟରେ ମାମଲା ରୁଜୁ ହୋଇଛି।

ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି) ଏବଂ ପୋକ୍ସୋ ଅଧିନିୟମର ଧାରା ୩୭୬ ଓ ୫୦୬ ଅନୁଯାୟୀ ପୁଲିସ ଷ୍ଟେସନରେ ୨୯ ବର୍ଷୀୟ ଅଭିଯୁକ୍ତ ଅଙ୍କିତ ଯାଦବଙ୍କ ବିରୋଧରେ ଏକ ଏଫଆଇଆର ପଞ୍ଜୀକୃତ ହୋଇଛି। ଜାଣିବାକୁ ମିଳିଛି ଯେ ବୁଧବାର ଦିନ ପୁଲିସ୍‌ ଘଟଣା ସଂପର୍କରେ ଜାଣିବା ପରେ ଗାଜିଆବାଦର ଲୋନି ନିବାସୀ ଅଭିଯୁକ୍ତ ଅଙ୍କିତ ଯାଦବଙ୍କୁ ଗିରଫ କରାଯାଇଛି।