ଗୁଜୁରାଟରେ ତିଆରି ହେଲା ସବୁଠାରୁ ଅତ୍ୟାଧୁନିକ ଓ ଦୃତଗାମୀ ଟ୍ରେନ୍
ଦିଲ୍ଲୀରୁ ମିରଟ ପର୍ଯ୍ୟନ୍ତ ରାପିଡ୍ ରେଳ କାମ ଜୋରସୋରରେ ଚାଲିଛି।
(ଦିଲ୍ଲୀ) : ଦିଲ୍ଲୀରୁ ମିରଟ ପର୍ଯ୍ୟନ୍ତ ରାପିଡ୍ ରେଳ କାମ ଜୋରସୋରରେ ଚାଲିଛି। ଏବେ ଏହାର ଅତ୍ୟାଧୁନିକ କୋଚ୍ର ଡେଲିଭରି କାମ ୭ ମଇରୁ ର ଆରମ୍ଭ କରାଯିବ, ଯାହାକି ୧୪ ମଇ ପର୍ଯ୍ୟନ୍ତ ଗାଜିଆବାଦ ଆସିବ। ମେକ ଇନ୍ ଇଣ୍ଡିଆ’ ଅନୁଯାୟୀ ଏହି ଅତ୍ୟାଧୁନିକ ଆରଆରଟିଏସ୍ ଟ୍ରେନ୍ ୧୦୦ ପ୍ରତିଶତ ଭାରତରେ, ଗୁଜୁରଟର ସାଭଲିରେ ଥିବା ଏଲଷ୍ଟମ କାରଖାନାରେ ନିର୍ମିତ କରାଯାଉଛି।
୨୦୨୪ ପର୍ଯ୍ୟନ୍ତ ପୁରା ହେବାର ଆଶା କରଯାଉଛି। ଏହାର ପ୍ରଥମ ପର୍ଯ୍ୟାୟ ୨୦୨୩ ପର୍ଯ୍ୟନ୍ତ ଆରମ୍ଭ ହୋଇଯିବାର ସମ୍ଭାବନା ରହିଛି।
ସୂଚନାନୁଯାୟୀ , ଭାରତର ପ୍ରଥମ ଆରଆରଟିଏସ୍ ଟ୍ରେନ୍ର ଇଣ୍ଟରିୟର ସହିତ ଏହାର କମ୍ପ୍ୟୁଟର କ୍ରେନ୍ଦିତ ବିଶେଷ୍ବତକୁ ନିକଟରେ ୧୬ ମାର୍ଚ୍ଚ, ୨୦୨୨ ରେ ଦୁହାଇ ଡିପୋ, ଗାଜିଆବାଦରେ ଉନ୍ମୋଚନ କରାଯାଇଥିଲା।