ଦିଲ୍ଲୀ ଏନସିଆର, ଗୁରଗ୍ରାମ, ଗାଜିୟାବାଦ, ନୋଏଡା ସବୁ ଜଳାର୍ଣ୍ଣବ

0

ଚଳିତ ବର୍ଷା ଜାତୀୟ ରାଜଧାନୀକୁ କରିଛି ଜଳାର୍ଣ୍ଣବ । ଦିଲ୍ଲୀ ବିମାନବନ୍ଦରକୁ ସଂଯୋଗ କରୁଥିବା ସବୁ ରାସ୍ତାରେ ଭାରି ଜାମ । ବର୍ଷା ପାଇଁ ବହୁ ବିମାନର ଉଡାଣରେ ବିଳମ୍ବ ହୋଇଛି । ବୁଧବାର ହୋଇଥିବା ବର୍ଷା ପାଇଁ ଅନେକ ଲୋକ ସମୟରେ ବିମାନ ବନ୍ଦରରେ ପହଞ୍ଚି ନ ପାରିବାରୁ ଫ୍ଲାଇଟ ମିସ କରିଥିଲେ । ସେହିପରି ଅନେକ ବିମାନକୁ ବିଳମ୍ବତା କାରଣରୁ ଉଡାଣ ରଦ୍ଦ କରିବାକୁ ହେଉଛି । ସେହିପରି ଗୁରୁଗ୍ରାମରେ ଭାରି ବର୍ଷାରେ ଏକ ଉଚ୍ଚଶକ୍ତି ସମ୍ପନ୍ନ ତାର ଉପରେ ଗଛ ପଡିଛି । ଏଥିରେ ତିନି ଜଣଙ୍କ ମୃତ୍ୟୁ ହୋଇଛି ।
ଦିଲ୍ଲୀ ଆଇଟିଓରେ ଜଳ ଭରିବା କାରଣରୁ ଗାଜିୟାବାଦ ଓ ରାଜଘାଟକୁ ଯାଉଥିବା ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ସେଠାରେ ପମ୍ପ ସାହାଯ୍ୟରେ ପାଣି ନିଷ୍କାସନ କରାଯାଉଛି । ସ୍ଥିତିକୁ ଦେଖି ରାଜକୋଟ ଯାଉଥିବା ରାସ୍ତାକୁ ବାରିକେଡ ଲଗାଇ ବନ୍ଦ କରିଦିଆ ଯାଇଛି । ଗାଜିପୁରରେ ବର୍ଷା ପାଣିରେ ଭର୍ତ୍ତି ନାଳରେ ଜଣେ ମହିଳା ପଡିଯିବାରୁ ତାଙ୍କ ମୃତ୍ୟୁ ହୋଇଛି । ନୋଏଡାର ଅନେକ ଅଞ୍ଚଳରେ ପାଣି ଭରି ଯାଇଛି । ପୁରୁଣା ରାଜେନ୍ଦ୍ର ନଗରରେ ଗତ ସପ୍ତାହରେ ରାଓ ଆଇଏଏସ କୋଚିଂ ସେଣ୍ଟରରେ ୩ ବିଦ୍ୟାର୍ଥୀଙ୍କ ମୃତ୍ୟୁ ପରେ ଡ୍ରେନ ସଫା କାମ ଆରମ୍ଭ ହୋଇଛି । ଆଗକୁ ଆହୁରି ବର୍ଷା ହେବା ନେଇ ଆଇଏମଡି ପୂର୍ବାନୁମାନ କରିଛି ।