ଦିଲ୍ଲୀ: ଦିଲ୍ଲୀ ଶାହବାଦ ଡେୟରୀ ଅଞ୍ଚଳରେ ବିଭତ୍ସ ହତ୍ୟା ।ନାବାଳିକା ପ୍ରେମିକାକୁ ବିଚ୍ ରାସ୍ତାରେ ୪୦ ଥର ଛୁରୀ ଭୁସିବା ପରେ ପଥରରେ ଛେଚି ହତ୍ୟା କଲା ପ୍ରେମିକ । ସେତିକି ନୁହେଁ ହତ୍ୟା କରିବା ପରେପାଖରେ ପଡ଼ିଥିବା ପଥର ଉଠାଇ ଛେଚି ଦେଇଥିଲା ପ୍ରେମିକ।ସବୁଠାରୁ ଆଶ୍ଚର୍ୟ୍ୟର କଥା, ଏଠାରେ ଅନେକ ଲୋକ ଯିବା ଆସିବା କରୁଥିବା ବେଳେ ମଧ୍ୟ କେହି ଯୁବକକୁ ଅଟକାଇ ନଥିଲେ । ସାକ୍ଷୀଙ୍କୁ ହତ୍ୟା କରିବା ପରେ ସାହିଲ ସେଠାରୁ ଆରାମରେ ଚାଲି ଯାଇଥିଲେ ବି କେହି ତାକୁ ଅଟକାଇବାକୁ ବି ସାହସ କରିନଥିଲେ ।ଉତ୍ତରପ୍ରଦେଶ ବୁଲେନ୍ଦ ସହରରୁ ସାହିଲକୁ ଗିରଫ କରାଯାଇଛି ।
ସୂଚନା ଅନୁସାରେ, ସାହିଲ ଓ ସାକ୍ଷୀ ରିଲେସନସିପରେ ଥିଲେ । କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏହାକୁ ନେଇ ସାହିଲ ସାକ୍ଷୀଙ୍କୁ ଆକ୍ରମଣ କରି ହତ୍ୟା କରିଥିଲା ଅଭିଯୁକ୍ତ ଜଣକ ସାକ୍ଷୀଙ୍କୁ ରାସ୍ତାରେ ଅଟକାଇ ତାଙ୍କ ଉପରେ ଅତର୍କିତ ଛୁରୀରେ ଆକ୍ରମଣ କରୁଥିବାର ସିସିଟିଭି ଫୁଟେଜ ଦେଖିବାକୁ ମିଳୁଛି ।
ସାକ୍ଷୀଙ୍କୁ ଧରି ତାଙ୍କ ମୁଣ୍ଡକୁ ଛୁରୀରେ ଆଘାତ ପରେ ଆଘାତ ଦେଇ ଚାଲିଥିଲା । ଏତିକିରେ ସାହିଲର ମନ ଶାନ୍ତ ହୋଇ ନଥିଲା । ପଖରେ ନାଳରେ ଢଙ୍କା ଯାଇଥିବା ଏକ ଭାରି ପଥର ଉଠାଇ ସାକ୍ଷୀଙ୍କୁ ଛେଚି ଦେଇଥିଲା ।