ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ନାମଲେଖା ଆରମ୍ଭ

0

(ଅନୁସ୍ୱୟା)ଭୁବନେଶ୍ୱର: ଦେଶର ଜଣାଶୁଣା ବିଶ୍ୱବିଦ୍ୟାଳୟ ଦିଲ୍ଲୀ । ଏହି ବିଶ୍ୱ ବିଦ୍ୟାଳୟରେ ନାମଲେଖା ପାଇଁ ପୋର୍ଟାଲ ଜରିଆରେ ପଂଜିକରଣ ଆରମ୍ଭ ହୋଇଛି । ଗୁରୁବାର ରାତି ୮ଟାରୁ ପଂଜିକରଣ ଆରମ୍ଭ ହୋଇଛି । ନାମ ପଂଜିକରଣ କରିବା ପାଇଁ ୨୪,୫୩୬ ଜଣ ଛାତ୍ରଛାତ୍ରୀ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପୋର୍ଟାଲ ଲଗଇନ କରିଛନ୍ତି । ଏହି ସେବା ଆରମ୍ଭ ହେବାର ୧.୫ ଘଣ୍ଟାରେ ୨୪,୫୩୬ ଜଣ ଛାତ୍ରଛାତ୍ରୀ ନିଜର ନାମ ପଂଜିକରଣ କରିବା ସହିତ ଅନ୍ୟାନ୍ୟ ପାଠ୍ୟକ୍ରମ ସଂପର୍କିତ ତଥ୍ୟ ହାସଲ କରିଛନ୍ତି ।
ମାତ୍ର ଦେଢ଼ ଘଣ୍ଟା ମଧ୍ୟରେ ମୋଟ ୧୭୬୨ ପେମେଣ୍ଟ ହୋଇଛି । ଛାତ୍ରଛାତ୍ରୀମାନେ ସକାଳ ପାହିଲା ମାତ୍ରେ ଲଗଇନ କରିବାକୁ ଲାଗିଥିଲେ କିନ୍ତୁ ସେତେବେଳ ଠାରୁ ୱେବସାଇଟ କାମ କରୁନଥିଲା । କର୍ତ୍ତୃପକ୍ଷଙ୍କ ତରଫରୁ ଜାତୀୟ ଗଣମାଧ୍ୟମକୁ ମିଳିଥିବା ସୂଚନା ଅନୁସାରେ ୱେବସାଇଟକୁ ମୋବାଇଲରେ ଯେଭଳି ଭାବରେ ବ୍ୟବହାର କରିହେବ, ସେମିତି ବ୍ୟବସ୍ଥା କରାଯାଇଛି । ୨-ଜି ନେଟୱାର୍କରେ ମଧ୍ୟ ବିଶ୍ୱବିଦ୍ୟାଳୟ ୱେବସାଇଟ ଦେଖିହେବ ।
ଜୁନ ୩ରୁ ପିଜି ପାଠ୍ୟକ୍ରମ, ପୋଷ୍ଟ ଗ୍ରାଜୁଏଟ ଡିପ୍ଲୋମା ଇନ ସାଇବର ସିକ୍ୟୁରିଟି ଆଣ୍ଡ ଲ, ଏମ ଫିଲ ଓ ପିଏଚଡି ପଂଜିକରଣ ଆରମ୍ଭ ହେବ । ଅନଲାଇନ ପଂଜିକରଣ ପାଇଁ ଜୁନ ୧୪କୁ ଅନ୍ତିମ ତାରିଖ ରଖାଯାଇଛି । ସ୍ନାତକ ପାଠ୍ୟକ୍ରମ ପାଇଁ ଜୁନ ୧୪ ହେଉଛି ଅନ୍ତିମ ତାରିଖ । ପ୍ରଥମ କର୍ଟଅପ୍ ଜୁନ ୨୦ରେ ପ୍ରକାଶ ପାଇବ ।