ସାଙ୍ଗର ନାବାଳିକା ଝିଅକୁ ଦୁଷ୍କର୍ମ ଘଟଣାକୁ ନେଇ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷଙ୍କ ଧାରଣା

0

ନୂଆଦିଲ୍ଲୀ: ଦିଲ୍ଲୀରେ ଘଟିଥିବା ସମ୍ବେଦନଶୀଳ ଘଟଣା ।ଦିଲ୍ଲୀରେ ସାଙ୍ଗର ନାବାଳିକା ଝିଅକୁ ଦୁଷ୍କର୍ମ ଘଟଣା କୁ ନେଇ ଗୁଣ୍ଡା ଗର୍ଦ୍ଦି କରୁଛି ଦିଲ୍ଲୀ ପୋଲିସ । ପୀଡ଼ିତାଙ୍କୁ ଭେଟିବାକୁ ବାରଣ କରାଯିବାରୁ ପୀଡ଼ିତାଙ୍କ ଚିକିତ୍ସା ଚାଲିଥିବା ହସ୍ପିଟାଲ ବାହାରେ ଧାରଣାରେ ବସିରହିଥିଲେ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ବାତୀ ମାଲିଓ୍ବାଲ । ସାରା ରାତି ଧାରଣାରେ ବସି ରହିଥିଲେ ସ୍ବାତୀ। ସେ କହିଛନ୍ତି ନା ପୀଡିତାଙ୍କୁ ଭେଟିବାକୁ ଦିଆଯାଉଛି ନା ପୀଡିତାଙ୍କ ମାଆଙ୍କୁ ଭେଟିବାକୁ ଦିଆଯାଉଛି ।ଏନେଇ ଦିଲ୍ଲୀ ପୋଲିସର କାର୍ଯ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି ସ୍ବାତୀ । ଯଦି ଏନସିପିସିଆର ଅଧ୍ୟକ୍ଷା ପୀଡ଼ିତାଙ୍କ ମାଆଙ୍କୁ ଭେଟି ଆଲୋଚନା କରିପାରୁଛନ୍ତି ତେବେ ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ ଯାହାର କାମ ମହିଳାଙ୍କ ସାହାର୍ଯ୍ୟ କରିବା ତାଙ୍କୁ କାହିଁକି ପୀଡିତାଙ୍କ ପାଖକୁ ଯିବାକୁ ଦିଆଯାଉନିି ବୋଲି ପ୍ରଶ୍ନ କରିଛନ୍ତି ସ୍ବାତୀ । ସାଙ୍ଗର ଝିଅକୁ ଆଶ୍ରୟ ଦେବା ନାଁରେ ଜଣେ ସରକାରୀ ଅଧିକାରୀ ଓ ତାଙ୍କ ସ୍ତ୍ରୀ ଯୌନ ଶୋଷଣ କରିଥିବା ବେଳେ ପୋଲିସ କାହିଁକି ପୀଡ଼ିତାଙ୍କୁ ଭେଟିବାକୁ ଦେଉନି ବୋଲି ପ୍ରଶ୍ନ କରିବା ସହ ପୋଲିସ କ’ଣ ଲୁଚାଇବାକୁ ଚେଷ୍ଟା କରୁଛି ବୋଲି ସ୍ବାତୀ ପ୍ରଶ୍ନ କରିଛନ୍ତି । ପୋଲିସ ଅଭିଯୁକ୍ତ ପ୍ରତି କୋହଳ ମନୋଭାବ ଦେଖାଉଛି ବୋଲି ସ୍ବାତୀ ଅଭିଯୋଗ କରିଛନ୍ତି ।ପୋକ୍ସୋ ଆକ୍ଟରେ ମାମଲା ରୁଜୁ ପରେ ବି ୮ ଦିନ ଯାଏଁ କାହିଁକି ଅଭିଯୁକ୍ତକୁ ଗିରଫ କରି ନଥିଲା ବୋଲି ସ୍ବାତୀଙ୍କ ପ୍ରଶ୍ନ ।