ଯୌତୁକ ଜନିତ ହତ୍ୟା ଅଭିଯୋଗ

0

(ଜ୍ଵଲେଶ୍ୱର/ଅଜିତ ସାହୁ) : ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଥାନା ଅକନା ପାଳସାହି ଗ୍ରାମ ରେ ଅଘଟଣ।ବୋହୁ ର ସନ୍ଦେହ ଜନକ ମୃତୁ। ଶାଶୁ ଘର ଲୋକେ ପାରିବାରିକ କଳହଳ କୁ କେନ୍ଦ୍ର କରି ଦଉଡି ଲଗାଇ ଆତ୍ମ ହତ୍ୟା କରିଥିବା କହୁଥିବା ଵେଳେ, ବାପ ଘର ଲୋକେ ଯୌତୁକ ଜନିତ ହତ୍ୟା ଅଭିଯୋଗ କରୁଛନ୍ତି।।ସୂଚନା ଅନୁସାରେ ବାଲିଆପାଳ ଥାନା କେନ୍ଦୁଆଡିଆ ଗ୍ରାମ ର ମନ୍ମଥ ଗିରି ଙ୍କ ଝିଅ ଅମିତା (୨୭) ସହିତ ଜଳେଶ୍ଵର ଥାନା ଆକନା ପାଳସାହି ଗ୍ରାମ ର ରଜନୀ କାନ୍ତ ଗିରିଙ୍କ ପୁତ୍ର ବଳରାମ ଙ୍କର ବୈଦିକ ରିତି ନିତିରେ ୭ ବର୍ଷ ତଳେ ବିବାହ ହୋଇଥିଲା।ବିବାହର କିଛି ଦିନ ପରେ ଝିଅ କୁ ଏକ ମଟର ସାଇକେଲ ଆଣିବାକୁ ଦାବିକରି ବାରମ୍ବାର ନିର୍ୟ୍ୟାତନା ଦିଆଯାଉଥିଲା। ଏନେଇ ବାପଘର ଲୋକେ ଆସି ବାରମ୍ବାର ସମାଧାନ କରିଥିବା କହିଛନ୍ତି ଝିଅର ବାପା। । ତେବେ ଗତକାଲି ସନ୍ଧ୍ୟାରେ ଯୌତୁକ ଜନିତ ଶାରିରୀକ,ମାନସିକ ନିର୍ୟ୍ୟାତନା ଦିଆଯାଉଛି ବୋଲି ଫୋନ ଯୋଗେ ଝିଅ ବାପାକୁ ଜଣାଇଥିଲେ ଏବଂ ତୁରନ୍ତ ଆସିବାକୁ କହିଥିଲେ। ହେଲେ ବାପାର ଯିବାରେ ବିଳମ୍ବ ହେବାରୁ ପୁଣି ରାତି ୯ ଟା ସମୟରେ ଜ୍ବାଇଁ ବଳରାମ ଫୋନ କରି ମେଡିକାଲ ଆସିବାକୁ କହିଥିଲେ।ଆଉ ମେଡିକାଲ ପହଞ୍ଚିବା ପରେ ଝିଅର ମୃତ୍ୟୁ ହୋଇସାରିଥିଲା । ଝିଅର ବାପା ପଞ୍ଚାନନ ଗିରି ଙ୍କ ଜଳେଶ୍ୱର ଥାନାରେ ଲିଖିୟ ଅଭିଯୋଗ କରିଛନ୍ତି।ଜଳେଶ୍ଵର ପୋଲିସ ଅଭିଯୋଗ କୁ ଭିତ୍ତି କରି ମାମଳାରୁଜୁ କରି ଶବଵ୍ୟଵଛେଦ ପାଇଁ ପଠାଇବା ସହିତ ସ୍ବାମୀ ବଳରାମ କୁ ଅଟକ ରଖିଛି । ଶବ ବ୍ୟବଛେଦ ରିପୋର୍ଟ ଆସିଲେ ମୃତୁ ର ପ୍ରକୃତ ରହସ୍ୟ ଫିଟିବ।