ଜଳେଶ୍ୱର: ବିଦ୍ୟାଳୟ ହେଉଛି ମଣିଷ ତିଆରି କାରଖାନା। ମାତ୍ର ତ୍ରୁଟି ପୂର୍ଣ୍ଣ ଓ ଖାମ ଖିଆଲି ଶିକ୍ଷା ବ୍ୟବସ୍ଥା ପାଇଁ ପିଲାଙ୍କ ଭାଗ୍ୟ ଭବିଷ୍ୟତ ଅନ୍ଧାର ଆଡ଼କୁ ପେଲି ହୋଇ ଯାଉଛି। ଯାହାକୁ ନେଇ ଚିନ୍ତାରେ ଅଭିଭାବକ ଅଞ୍ଚଳବାସୀ ଓ ବୁଦ୍ଧିଜୀବୀ।ରାଧାନାଥ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ଥାୟୀ ପ୍ରଧାନ ଶିକ୍ଷକ ନଥିବାରୁ ବିଦ୍ୟାଳର ଶିକ୍ଷକ ଶିକ୍ଷୟତ୍ରୀ ,ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ସମୟାନୁ ବର୍ତିତ୍ତା ଓ ଶୃଙ୍ଖଳା ରହୁ ନାହିଁ । ଯାହା ପାଇଁ ଶୈଖିକ ବାତାବରଣ ନଷ୍ଟ ହେଉଛି । ଏଠାରେ ସୂଚନା ଥାଉକି ବସ୍ତା ବ୍ଲକ ପାଉଁଶକୁଲି ପଞ୍ଚାୟତ ରେ ଥିବା ରାଧାନାଥ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବସ୍ତା ବ୍ଲକ ସମେତ ବାଲେଶ୍ଵର ଜିଲ୍ଲାରେ ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଭାବେ ପରିଚିତ। ୧୯୬୪ ମସିହାରେ ଅଞ୍ଚଳ ବାସୀଙ୍କ ସାହାଯ୍ୟ ସହଯୋଗ ଓ ଉଦ୍ୟମ କ୍ରମେ ମାଟି ଝାଟି ଘରୁ ଶିକ୍ଷାନୁଷ୍ଠାନ ଟି ଗଢି ଉଠିଥିଲା। ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀଙ୍କ କଠିନ ପରିଶ୍ରମ ପାଇଁ ଉକ୍ତ ବିଦ୍ୟାଳୟଟି ପ୍ରଥମ ପର୍ଯ୍ୟାୟରେ ଫାଇଭ-ଟି ଓ ପରେ ପରେ ୨୦୨୨-୨୩ ରେ ଜିଲ୍ଲାର ଏକ ମାତ୍ର ଶିକ୍ଷାନୁଷ୍ଠାନ ଉଚ୍ଚ ବିଦ୍ୟାଳୟରୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମାନ୍ୟତା ପାଇଁ ଗର୍ବ ଗୌରବ ଅର୍ଜନ କରିଥିଲା। ଏବେ ଉକ୍ତ ବିଦ୍ୟାଳୟରେ ନବମ ଶ୍ରେଣୀ ରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ୪୮୮ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଛନ୍ତି। ମାତ୍ର ଆଜକୁ ଚାରି ବର୍ଷ ହେବ ସ୍ଥାୟୀ ପ୍ରଧାନ ଶିକ୍ଷକ ନାହାନ୍ତି। ଭାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଭାବେ ଅଶୋକ କୁମାର ସାହୁ ଦାୟିତ୍ବ ତୁଲାଉ ଥିଲେ ବି ତ୍ରୁଟିପୂର୍ଣ୍ଣ ପରିଚାଳନା ପାଇଁ ଶିକ୍ଷକ ଶିକ୍ଷୟତ୍ରୀ ,ଷ୍ଟାଫ୍,ପରିଚାଳନା କମିଟି ମଧ୍ୟରେ ସଠିକ୍ ସାମଞ୍ଜସ୍ୟ ରହୁନାହିଁ । ଯାହାପାଇଁ ଅଧିକାଂଶ ସମୟରେ ଶିକ୍ଷକ ଶିକ୍ଷୟତ୍ରୀ ସୂଚନା ନଦେଇ ଛୁଟିରେ ରହିଯିବା,ବିଳମ୍ବ ରେ ଆସିବା, ରୁଟିନ ଅନୁଯାୟୀ କ୍ଲାସ ନନେବା, ଯାହାର ସୁଯୋଗ ନେଇ ଛାତ୍ର ଛାତ୍ରୀ ମାନେ ବହୁ ବିଳମ୍ବରେ ଆସୁଥିବା ଦେଖିବାକୁ ମିଳୁଛି। ସେହିପରି ବିଦ୍ୟାଳୟରେ ହେଉଥିବା ପ୍ରାର୍ଥନା କ୍ଲାସ ରେ ଛାତ୍ର ଛାତ୍ରୀ ଅନୁପସ୍ଥିତ ରହିବା, ଦିନ ୧୦.୩୦ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ଜଣେ ପରେ ଜଣେ ଆସିବା। ଶ୍ରେଣୀ ବିଭାଜନ ନକରି ପ୍ରତି ଶ୍ରେଣୀରେ ନବମରୁ ଦ୍ବାଦଶ ପର୍ଯ୍ୟନ୍ତ ଯଥା କ୍ରମେ ୧୩୦,୧୩୮, ୯୩,୧୨୭ ଛାତ୍ର ଛାତ୍ରୀ ହୋ-ହାଲ୍ହା ଭିତରେ ବିଶୃଙ୍ଖଳିତ ପରିବେଶ ଭିତରେ ପାଠ ପଢିବାକୁ ବାଧ୍ୟ ହେଉଛନ୍ତି। ଅନ୍ୟ ପଟେ ସେହିପରି ଆଜି ଦିବା ୧୧.୧୫ ସୁଦ୍ଧା ନିର୍ଦ୍ଦିଷ୍ଟ କିଛି ଶିକ୍ଷକ ଶିକ୍ଷୟତ୍ରୀ ଆସିନଥିଲେ। ତେବେ ଏନେଇ ଭାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଅଶୋକ କୁମାର ସାହୁ ଙ୍କୁ ମୋବାଇଲ ଯୋଗେ ଯୋଗାଯୋଗ କରିବାରୁ ସେ ଛୁଟିରେ ଅଛନ୍ତି, ସହକାରୀ ଶିକ୍ଷୟତ୍ରୀ ରୁଦ୍ରାଖି ମାଝୀ ଦାୟିତ୍ୱରେ ଅଛନ୍ତି, ତେବେ ଦିନ ୧୧.୧୫ ସୁଦ୍ଧା ଶିକ୍ଷୟତ୍ରୀ ରୁଦ୍ରାଖି ମାଝୀ ମଧ୍ୟ ବିଦ୍ୟାଳୟରେ ପହଞ୍ଚି ପାରି ନଥିଲେ। ତେବେ ଏହା ନିତିଦିନିଆ ଘଟଣା ହୋଇଥିବା ବେଳେ, ଜିଲ୍ଲା ଶିକ୍ଷାଧିକାରୀ ଘଟଣାକୁ ଗୁରୁତର ସହିତ ନେଇ ସ୍ଥାୟୀ ଦକ୍ଷ ପ୍ରଧାନ ଶିକ୍ଷକ ନିଯୁକ୍ତି କରିବାକୁ ସାଧାରଣ ରେ ଦାବି ହେଉଛି।