ବେକାର ଯୁବକଙ୍କୁ ନିଯୁକ୍ତି ଦାବିରେ ତାଳଚେର ଉପଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ

0

(ମନିଲ କୁମାର ମହାରଣା): କୋଇଲା ୱାଗନ ରେ କଣ୍ଡାଳ ଗ୍ରମାପଂଚାୟତର ବିକାର ଯୁବକଙ୍କୁ ନିଯୁକ୍ତି ପାଇଁ ସ୍ଥାନୀୟ ଅଚଂଳରେ ଦାବି ହୋଇଛି ।
ସୁଚନାଯୋଗ୍ୟ ଯେ ତାଳଚେର ବ୍ଲକ ଅନ୍ତର୍ଗତ କଣ୍ଡାଳ ଗ୍ରାମପଂଚାୟତ ର ଲିଙ୍ଗରାଜ କୋଇଲା ଖଣି ଠାରୁ ଦୈନିକ ଶହ ଶହ ଟନ କୋଇଲା ରେଳ ୱାଗନ ଯୋଗେ ବିଭିନ୍ନ ଶିଳ୍ପ ସଂସ୍ଥା କୁ ପରିବହନ କରାଯାଉଛି । କିନ୍ତୁ ଏହି କୋଇଲା ୱାଗନ ଗୋଡ଼ିକରେ ପାଲ ଭିଡ଼ା ଯାଉନାହିଁ ଯାହାଫଳରେ କୋଇଲା ଗୁଣ୍ଡ ଉଡି ବିଭିନ୍ନ ଗ୍ରାମ ଗୋଡ଼ିକ ପ୍ରଦୂଷିତ ହେଉଛି । ଅପରପକ୍ଷେ ଏହି କୋଇଲା ୱାଗନ ଗୋଡ଼ିକରେ କଣ୍ଡାଳ ପଂଚାୟତରେ ଥିବା ବେକାର ଯୁବକମାନଙ୍କୁ ଏହି ପାଲ ଭିଡ଼ା କାମରେ ନିଯୋଜିତ କରନ୍ତୁ ବୋଲି ଦାବି ହୋଇଛି । ଦାବି ପୂରଣ ନ ହେଲେ ଆଗାମୀ ୧୫ ଦିନ ପରେ କଣ୍ଡାଳ ପଂଚାୟତ ତରଫରୁ ସମ୍ପୂର୍ଣ ରୂପେ ଲିଙ୍ଗରାଜ କୋଇଲା ଖଣି କୁ ବନ୍ଦ କରିଦିଆଯିବା ବୋଲି ଚେତାବନୀ ଦେଇଛନ୍ତି କଣ୍ଡାଳ ପଂଚାୟତ ବାସୀ