ସ୍ଥାନୀୟ ଲୋକଙ୍କୁ ପ୍ରାର୍ଥୀ କରିବାକୁ ଦାବି

0

(ସୁରେଶ ସାମନ୍ତରାୟ) ବୋଲଗଡ: ବୋଲଗଡ ବ୍ଲକ ପାଟପୁର ଶାସନ ପଞ୍ଚାୟତ ଖାଡପଲ୍ଲୀସ୍ଥିତ ମା ବରଡାଳେଇ ଠାକୁରାଣୀ ପୀଠରେ ଭୂମିପୁତ୍ର ସ୍ୱାଭିମାନ ମଞ୍ଚର ଏକ ବୈଠକ ଅନୁଷ୍ଠିତ ହୋଇଛି । ସାମାଜିକ କର୍ମୀ ଆଲୋକ ସୁବୁଦ୍ଧିଙ୍କ ଆବାହକତ୍ୱରେ ଅନୁଷ୍ଠିତ ବୈଠକରେ ମଞ୍ଚର ସଭାପତି ଭିକାରୀ ସାହୁ ପୌରହିତ୍ୟ କରିଥିଲେ । ବିଗୁନିଆ ନିର୍ବାଚନ ମଣ୍ଡଳୀ ପାଇଁ ବିଭିନ୍ନ ଦଳ ସ୍ଥାନୀୟ ଲୋକଙ୍କୁ ନେତା ଭାବେ ଚୟନ କରିବାକୁ ଦାବି ହୋଇଥିଲା । ଯଦି ବାହାରର ଲୋକଙ୍କୁ ପ୍ରାର୍ଥୀ କରାଯାଏ ତେବେ ଏହାକୁ ବିରୋଧ କରାଯିବ ବୋଲି ଚେତାବନୀ ଦିଆଯାଇଛି । ଏଠି ବୈଠକରେ ସାମାଜିକ କର୍ମୀ ଅକ୍ଷୟ ରଥ, ହରିହର ବେହେରାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।