ଡେଙ୍ଗୁ ମ୍ୟାଲେରିଆ ରୋଗ ସମ୍ପର୍କରେ ସଚେତନତା ପଦଯାତ୍ରା

0

ସୂର୍ଯ୍ୟକାନ୍ତ ବେହେରା ,ମାଲକାନଗିରି : ମାଲକାନଗିରି ଜିଲ୍ଲା ଅନ୍ତର୍ଗତ କୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଡେଙ୍ଗୁ ଓ ମ୍ୟାଲେରିଆ ଜ୍ୱର ସମ୍ପର୍କୀତ ଏକ ସଚେତନତା ପଦଯାତ୍ରା ଓ କର୍ମଶାଳା ଆୟୋଜିତ ହୋଇଯାଇଛି । ଆଜିର ଏହି ପଦଯାତ୍ରା କୁ ସ୍ୱାସ୍ଥ୍ୟ କେନ୍ଦ୍ର ର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ସନ୍ତୋଷ କୁମାର ଷଡଙ୍ଗୀ ଶୁଭାରମ୍ଭ କରିଥିବା ବେଳେ ବିଧାୟକ ପ୍ରତିନିଧି ସାଧୂ ହନ୍ତାଳ, ବରିଷ୍ଠ ସମାଜସେବୀ ଯୂଗଳ କିଶୋର ସ୍ୱାଇଁ, ସାହେବ ବାରିକ, ପ୍ରଭାକର ସୁନା, ରାମହରି ବଳ, ଭଗବାନ ସାହୁ, ହୃଷୀକେଶ ସେଠି,ଜ୍ୟୋତି ରଞ୍ଜନ ବେହେରା ପ୍ରମୁଖ ଙ୍କ ସହ ସ୍ୱାସ୍ଥ୍ୟ କେନ୍ଦ୍ର ର ଅନ୍ୟ ଚିକିତ୍ସାଧିକାରୀ,ଫାର୍ମାସିଷ୍ଟ, ଏ.ଏନ୍. ଏମ୍, ଆଶାକର୍ମୀ ଓ ଅଙ୍ଗନବାଡି କର୍ମୀ ମାନଙ୍କ ଉପସ୍ଥିତି ରେ ଉଦଘାଟିତ ହୋଇଛି । ପ୍ରଥମେ ସମସ୍ତ ଆଶା ଓ ଅଙ୍ଗନବାଡି କର୍ମୀମାନେ କୋଭିଡ ନିୟମ ଅନୁସାରେ ଦୂରତା ଅବଲମ୍ବନ କରି, ଡେଙ୍ଗୁ ଓ ମ୍ୟାଲେରିଆ ସମ୍ପର୍କରେ ଲିଖିତ ବିଭିନ୍ନ ସଚେତନତା ବାର୍ତ୍ତା ବହନ କରୁଥିବା ପ୍ଲାକାର୍ଡ ଧରିବା ସହ ସ୍ଲୋଗାନ ଦେଇ ପୁରା ସହର ପରିକ୍ରମା କରିଥିଲେ ।

ଏହି ସଚେତନତା ପଦଯାତ୍ରା ସମୟରେ ଏକ ଅଟୋରେ ମାଇକ ଲଗାଯାଇ ସଚେତନତା ବାର୍ତ୍ତା ସବୁ କୁହାଯାଇଥିଲା । ପରିଶେଷରେ ସ୍ୱାସ୍ଥ୍ୟ କେନ୍ଦ୍ର ର ବୈଠକ ଗୃହରେ ସମସ୍ତଙ୍କ ଉପସ୍ଥିତି ରେ ଡେଙ୍ଗୁ ଜର ସମ୍ପର୍କରେ କର୍ମଶାଳା ଆୟୋଜିତ ହୋଇଯାଇଛି ଯେଉଁଥିରେ ଡାକ୍ତର ଶ୍ରୀ ଷଡଙ୍ଗୀ କହିଛନ୍ତି ଯେ ଡେଙ୍ଗୁ ଜ୍ୱର ର ବାହକ ହେଉଛନ୍ତି ଏଡିସ୍ ନାମକ ମଶା ଯିଏକି ଦିନବେଳେ ହିଁ ମନୁଷ୍ୟ କୁ କାଟିଥାନ୍ତି ଓ ଯାହାଫଳରେ ବ୍ୟକ୍ତି ଜଣକ ଜ୍ୱର ରେ ଆକ୍ରାନ୍ତ ହୋଇ ବହୁତ କଷ୍ଟ ପାଇଥାଏ, ଏଣୁ ଏହି ମଶା ଦାଉରୁ ରକ୍ଷା ପାଇବା ପାଇଁ କେବଳ ଗୋଟିଏ ବାଟ ହେଉଛି ଆମର ଘର ଓ ଆଖପାଖ ର ପରିବେଶ କୁ ସଫା ସୁତୁରା ରଖିବା ଓ କୈାଣସି ସ୍ଥାନରେ ପାଣି ଜମିବାକୁ ଦେବାନାହିଁ । ଏହି ସବୁ ସଚେତନତା ସୃଷ୍ଟି ଉଦ୍ଧେଶ୍ୟରେ ବାର୍ତ୍ତା କୁ ପ୍ରତ୍ୟେକ ଗାଁ ଗଣ୍ଡାରେ ରେ ପହଞ୍ଚି ଲୋକମାନଙ୍କୁ ସଚେତନ କରିବା ପାଇଁ ସମସ୍ତେ ସଙ୍କଳ୍ପ ନେଇଥିବା ଜଣାପଡିଛି ।