ଭୁବନେଶ୍ୱର: ରାଜଧାନୀରେ ଡେଙ୍ଗୁ ସ୍ଥିତି ନେଇ ବିଜେପିର ହାଲ୍ଲାବୋଲ । ରାଜଧାନୀରେ ବଢିବାରେ ଲାଗିଛି ଡେଙ୍ଗ ରୋଗୀଙ୍କ ସଂଖ୍ୟା । ପ୍ରତିଦିନ ୬୦ରୁ ୭୦ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି । ଏହାର ନିୟନ୍ତ୍ରଣ ଓ ପ୍ରତିକାର ପାଇଁ ବିଏମସି ବିଭିନ୍ନ ପଦକ୍ଷେପ ନେଲା ପରେ ବି ଏହାର ପ୍ରତିକାର ପାଇଁ ବିଏମସି ଉପଯୁକ୍ତ ପଦକ୍ଷପ ନେଉନଥିବା ବିଜେପିର ଅଭିଯୋଗ । ଏନେଇ ଆଜି ବିଏମସି ଅଫିସରେ ମଶା ଧୂଆଁ ଦେଇଛି ବିଜେପି । ଡେଙ୍ଗୁ ମୁକାବିଲାରେ ବିଫଳତା ଅଭିଯୋଗରେ ବିଏମସି ଅଫିସ ଘେରାଉ କରିଛି ବିଜେପି । ଏନେଇ ମେୟର ଓ କମିଶନରଙ୍କ ବିରୋଧରେ ଗର୍ଜିଛି ବିଜେପି । ଆଉ ମୁଖ୍ୟମନ୍ତ୍ରୀ ଓ ମେୟରଙ୍କ ଫଟୋକୁ ମଶା ଆକୃତି କରି ନିଆରା ଢଙ୍ଗରେ ପ୍ରତିବାହ କରିଛି ବିଜେପି ।