ନିଖିଳ ଉତ୍କଳ ଖଡୁରା ସମାଜ ପକ୍ଷରୁ ଡେଙ୍ଗୁ ନିରାକରଣ ସଚେତନା

0

ଗଞ୍ଜାମ (ରଜନୀକାନ୍ତ ପାତ୍ର) :ବର୍ତ୍ତମାନ ସବୁଠି ଡେଙ୍ଗୁ ରୋଗର ଭୟ ଲାଗିଥିବା ବେଳେ ଡେଙ୍ଗୁ ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଠାରେ ନିଖିଳ ଉତ୍କଳ ଖଡୁରା ସମାଜ ପକ୍ଷରୁ ଡେଙ୍ଗୁ ନିରାକରଣ ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।ଖଡୁରା ସମାଜର ଉପଦେଷ୍ଟା କୃଷ୍ଣ ନାୟକଙ୍କ ସଂଯୋଜନାରେ ପ୍ରାୟ ୫୦ରୁ ଊର୍ଦ୍ଧ୍ବ କର୍ମକର୍ତ୍ତା ମାନେ ଏକତ୍ରିତ ହୋଇ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରୁ ହାତ ରେ ସଚେତନା ପ୍ଲାକାର୍ଡ ଧରି ଏକ ରାଲିରେ ବାହାରି ବିଭିନ୍ନ ସାହିକୁ ଯାଇ ଲୋକଙ୍କୁ ସଚେତନା କରିଛନ୍ତି।ଗତ ୧୨ ତାରିଖରେ ହିଞ୍ଜିଳିକାଟୁ ଖଡୁରା ସମାଜର ଜଣେ କର୍ମକର୍ତ୍ତାଙ୍କ ଝିଅର ପ୍ରାଣ ଡେଙ୍ଗୁରେ ଯାଇଛି।ଏଥି ପାଇଁ ସ୍ଥାନୀୟ ଲୋକଙ୍କୁ ଅଧିକରୁ ଅଧିକ ସଚେତନା ଉଦ୍ଦେଶ୍ୟ ରେ ଏହି ରାଲି କରାଯାଇଛି।