(ଓମ ପ୍ରକାଶ ମିଶ୍ର)ସୋନପୁର: ଚଳିତ ସାଧାରଣ ନିର୍ବାଚନରେ ସୁବର୍ଣ୍ଣପୁର ଜିଲ୍ଲା ବିରହମାରାଜପୁର ଓ ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ଆଶାୟୀ ପ୍ରାର୍ଥି ବଳଦେବ ବେଦବାକ ଓ ଆନନ୍ଦ ବାରିକ ଙ୍କୁ ବିଧାୟକ ପ୍ରାର୍ଥି ଭାବରେ ବିଜେପି ଦଳରୁ ଟିକେଟ ମିଳି ନାହିଁ । ଯାହା ଫଳରେ ସୋନପୁର ସହରର ବିଜୁପଟ୍ଟନାୟକ ଛକ ନିକଟରେ କନକ ବର୍ଦ୍ଧନ ସିଂଦେଓ ଓ ସଙ୍ଗୀତ ସିଂଦେଓ ଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ଏଥିରେ ବିଜେପି ଦଳର ଅସନ୍ତୁଷ୍ଟ କର୍ମୀ ତଥା ଉକ୍ତ ନେତା ଦ୍ୱୟଙ୍କ ସମର୍ଥକ ମାନେ ଯୋଗଦେଇ ଥିଲେ ।