ରାଜ୍ୟରେ ଘନ କୁହୁଡି , ଭିଜିବିଲିଟି ୫୦ ମିଟରରୁ କମ

0

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କମିବାରେ ଲାଗିଛି ଶୀତ କିନ୍ତୁ ବଢୁଛି କୁହୁଡି । ଉପକୂଳରୁ ଉପାନ୍ତ ସବୁଠି ଘନକୁହୁଡିର ଆସ୍ତରଣ ଦେଖିବାକୁମିଳୁଛି । ଫଳରେ ଯାତାୟତ ରେ ବାଧା ସୃଷ୍ଟି ହେଉଛି । ତେବେ ଘନ କୁହୁଡି ସମୟରେ ଭିଜିବିଲିଟି ୫୦ ମିଟରରୁ କମ ରହୁଥିବା କୁହାଯାଉଛି । ତେବେ ଘନ କୁହୁଡ଼ି ପାଇଁ ୧୭ରୁ ଅଧିକ ସ୍ଥାନରେ ୟେଲୋ ଆଲର୍ଟ ଜାରି କରାଯାଇଛି । ଆସନ୍ତା ୬ ଦିନ ପର୍ୟ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ରାଜ୍ୟକୁ ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ପବନର ପ୍ରଭାବ କମିବା ଫଳରେ ବାୟୁମଣ୍ଡଳରେ ଜଳୀୟବାଷ୍ପର ପରିମାଣ ବୃଦ୍ଧି ପାଉଛି । ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ୟ୍ୟନ୍ତ ବୃଦ୍ଧି ପାଉଛି । ଫଳରେ ଶୀତ କମିବା ସହ ଘନ କୁହୁଡ଼ି ଦେଖାଦେଉଛି ।