ଭିନ୍ନକ୍ଷମ ତୁଳସୀକୁ କୋଳେଇ ନେଲା ଦେବଗଡ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ

0

ବାରକୋଟ / ସୁଦାମ ବେହେରା : ଭିନ୍ନକ୍ଷମ  ତୁଳସୀ କୁ କୋଳେଇ ନେଲା ଦେବଗଡ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ । ଏଭଳି ଅଭାବନୀୟ ଘଟଣା ଦେଖି ବାକୁ ମିଳିଛି ବIରକୋଟ ବ୍ଲକର ବଲଣ୍ଡI ପଞ୍ଚାୟତର ନିକ୍ତିମାଳ ଗ୍ରାମରେ । ଦ୍ଵିତୀୟ ସ୍ତ୍ରୀ ଛାଡିଯିବା ପରେ ସ୍ଵାମୀ  ଏକ ମାତ୍ର କନ୍ୟା  ସନ୍ତାନ “ତୁଳସୀ”ର ଲାଳନପାଳନ କରିବାକୁ ମନା କରିଦେବାରୁ ୫ ବର୍ଷର ଭିନ୍ନକ୍ଷମ କନ୍ୟା  ‘ତୁଳସୀ’ ପରିବାର ଦ୍ଵାରା ପରିତ୍ୟକ୍ତ ହୋଇପଡିଛି I

ସୂଚନା ଅନୁସାରେ,  ପାଉଡି ଭୂୟାଁ ସଂପ୍ରଦାୟର ଦିନ ମଜୁରିଆ ଗଜି ସାଉଁତ ନିଜ ସ୍ତ୍ରୀ ଭାବେ ପାନୀ ସାଉଁତର ହାତ ଧରି ନିଜ ସଂସାର ଆରମ୍ଭ କରିଥିଲେ I କିଛି ଦିନ ବେଶ ହସ ଖୁସିରେ ଦୁହେଁ ଜୀବନ ଅତିବାହିତ କରିବାକୁ ଲାଗିଲେ I ବିବାହର ଏକ ବର୍ଷ ପରେ ପରିବାରକୁ ନୂଆ ସଦସ୍ୟ ଭାବେ ଏକ ଶିଶୁ କନ୍ୟା ଆସିଲା , ଆଦର ରେ ପିଲାର ନା ସେମାନେ “ତୁଳସୀ” ଦେଲେ I “ତୁଳସୀ” ଯେମିତି ବଡ ହେବାକୁ ଲାଗିଲା , ସେମାନେ ଅନୁଭବ କଲେ ସେମିତି “ତୁଳସୀ” ନI ଗୁରୁଣ୍ଡି ପାରୁଛି ନା କିଛି କହିଲେ ଶୁଣିପାରୁଛି I ଧୀରେ ଧୀରେ ଏ “ତୁଳସୀ” ପରିବାର ପାଇଁ ଏକ ବୋଝ ଓ ଅଲୋଡା ପାଲଟୀ ଗଲା I ଏ ଭିନ୍ନକ୍ଷମ ଶିଶୁ କନ୍ୟାର ଦIଇତ୍ଵରୁ ମୁକ୍ତି ପାଇବା ପାଇଁ , ଦୁଇ ବର୍ଷ ତଳେ ମା ପାନୀ ସାଉଁତ ନିଜ ସ୍ଵାମୀକୁ ଛାଡି ଆଉ ଜଣଙ୍କ ହIତଧରୀ କୁଆଡେ ଚାଲିଗଲା I ବାଧ୍ୟ ହୋଇ ସ୍ଵାମୀ ଗଜି ସାଉଁତ “ତୁଳସୀ”ର ଯତ୍ନ ନେବା ପାଇଁ ମନ ସାଉଁତକୁ ପୁନର୍ବିବାହ କଲେ I କିଛି ଦିନ ନୂଆ ମା ମନ ସାଉଁତ , ତୁଳସୀର ଯତ୍ନ ନେବାକୁ ଲାଗିଲା I ହେଲେ ଯେତେ ଯତ୍ନ ନେଲେ ବି ତୁଳସୀ ଧୀରେ ଧୀରେ ବଡ ହେଲା ସିନା ହେଲେ ନା ନିଜ ଗୋଡରେ ଛିଡା ହୋଇପାରିଲା ନା ଚାଲି ପାରିଲା I କେବଳ ଏତିକିରେ ତା କଷ୍ଟ ସରୁ ନାହି I “ତୁଳସୀ” ଜନ୍ମରୁ ମୁକ ଓ ବଧିର ମଧ୍ୟ I ସେ ଭିନ୍ନକ୍ଷମ ଭତ୍ତା ମଧ୍ୟ  ପାଉଛି , ତଥାପି ପରିବାର ପାଇଁ ସେ ପାଲଟି ଯାଇଛି ଏକ ଅଲୋଡା ବୋଝ I ଗତ କାଲି ନୂଆ ମା ମନ ସାଉଁତ ମଧ୍ୟ ସ୍ଵାମୀ ଓ ଝିଅକୁ ଛାଡି କୁଆଡେ ଚାଲି ଯାଇଛି I ଏ ପରିସ୍ଥିତିକୁ ସହି ନ ପରି ଶେଷରେ ଗଜି ସାଉଁତ ଝିଅ ତୁଲସୀକୁ ପରିତ୍ୟକ୍ତ କରିଦେଇଛି I ସ୍ଥାନୀୟ ଯୁବକ ବିନୋଦ ସାହୁଙ୍କ ଠାରୁ ଫୋନ ଯୋଗେ ସୂଚନା ପାଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ର ଆଜି ବିଭାଗୀୟ ଅଧିକାରୀ କ୍ରାନ୍ତି ମଞ୍ଜରି ଧIଉଳିଆ , ଗଗନ ବିହାରୀ ବିଶ୍ଵାଳ ଓ ଚାଇଲ୍ଡ ଲାଇନର କରିଶ୍ମା ମାହାକୁଡଙ୍କ ସହ ନିକ୍ତିମାଳ ଗ୍ରାମକୁ ଯାଇ ଅଲୋଡା “ତୁଳସୀ”କୁ ଉଦ୍ଧାର କରିଛନ୍ତି I ଆଜି ଶିଶୁ ମଙ୍ଗଳ କମିଟି ସମ୍ମୁଖରେ ଉପସ୍ଥାପନ ପରେ “ତୁଳସୀ” କୁ ପୌଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରରେ ଅନୁଷ୍ଠIନିକ ଯତ୍ନ ମଧ୍ୟରେ ରଖାଯାଇ ତୁଳସୀର ପୋଷ୍ୟ ସନ୍ତାନ ପ୍ରକ୍ରିୟାରେ ଥଇଥାନ କରାଯିବ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମହାପାତ୍ର ସୂଚନା ଦେଇଛନ୍ତି I ଦେବଗଡ଼  ଜିଲ୍ଲା ବାରକୋଟ ରୁ ସୁଦାମ ବେହେରା ଙ୍କ ରିପୋର୍ଟ।।