ଜିନ୍ନତକୁ ଫେରାଇ ଆଣିବାକୁ ବିଭାଗ ଉଦ୍ୟମ ଜାରି: ଗଣେଶ ରାମ ସିଂ ଖୁଣ୍ଟିଆ

0

ଭୁବନେଶ୍ୱର : ମହାରାଷ୍ଟ୍ରରୁ ଆସିଥିବା ବାଘୁଣୀ ଜିନ୍ନତ ଏବେ ବି ଝାଡ଼ଖଣ୍ଡ ଜଙ୍ଗଲରେ ବୁଲୁଛି | ଜଙ୍ଗଲ ବିଭାଗ ଜିନ୍ନତ ଉପରେ ତୀକ୍ଷ୍ମ ନଜର ରଖିଛି | ଏବେ ବି ଏକ ସ୍ବତନ୍ତ୍ର ଟିମ୍ ଝାଡ଼ଖଣ୍ଡରେ ରହି ସ୍ଥିତି ଅନୁଧ୍ୟାନ କରୁଛନ୍ତି | ଟ୍ରାଙ୍କୁଲାଇଜ କରି ଶିମିଳିପାଳ ଫେରାଇ ଆଣିବାକୁ ଚିନ୍ତା କରାଯାଉଥିଲେ ମଧ୍ୟ ଏହା ଏତେ ସହଜ ପ୍ରକ୍ରିୟା ନୁହେଁ | ଚାରି ଦିନ ଧରି ଜିନ୍ନତ କିଛି ଖାଉ ନଥିବାରୁ ଦିନକୁ ଦିନ ଦୁର୍ବଳ ହେଉଛି | ଏଭଳି ଅବସ୍ଥାରେ ଟ୍ରାଙ୍କୁଲାଇଜ କରିବା ସୁରକ୍ଷିତ ନୁହେଁ ହେଲେ ଜିନ୍ନତକୁ ଫେରାଇ ଆଣିବାକୁ ବିଭାଗ ଉଦ୍ୟମ ଜାରି ରଖିଛି ବୋଲି ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ।