ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମା’ଙ୍କ ଏକାଦଶାହ ଶ୍ରଦ୍ଧାଞ୍ଜଳୀ ସଭାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

0

ନିଆଳି/  କାଜଲ କାନ୍ତ ସାହୁ :  ନିଆଳି ମାଟିର ସୁନା ଝିଅ ତଥା ଓଡ଼ିଶାର ଉପ ମୁଖ୍ୟମନ୍ତ୍ରୀ ମାନନୀୟା ପ୍ରଭାତୀ ପରିଡ଼ା ମା’ଙ୍କ ଏକାଦଶାହ ଶ୍ରଦ୍ଧାଞ୍ଜଳୀ ସଭାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ନିଆଳି ବ୍ଲକ ନିଭରଣ ଠାରେ ଏହି ଶ୍ରଦ୍ଧାଞ୍ଜଳୀ ସଭାର ଆହୋଜନ କରାଯାଇଥିବା ବେଳେ ଏଥିରେ ସ୍ଥାନିୟ ବିଧାୟକ ଇଂଜିନିୟର ଛବି ମଲ୍ଲିକ, ସାଂସଦ ବିଭୁ ତରାଇଙ୍କ ସମେତ ରାଜ୍ୟ ମନ୍ତ୍ରୀମଣ୍ଡଳର ବିଭିନ୍ନ ବିଭାଗିୟ ମନ୍ତ୍ରୀ, ସାଂସଦ ଏବଂ ବିଧାୟକ ଯୋଗଦେଇ ଅମର ଆତ୍ମାର ସଦଗତି କାମନା କରିବା ସହିତ ସ୍ବର୍ଗତ ଲୋଭାବତୀଙ୍କ ଫଟୋ ଚିତ୍ରରେ ପୁଷ୍ପାଞ୍ଜଳି ଦେଇଥିଲେ ।  ପରେ ପରେ ସ୍ବର୍ଗତ ଲୋଭାବତୀ ପରିଡ଼ାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ପୁସ୍ତକ ଉନ୍ମୋଚନ କରାଯାଇଥିଲା ।  ତେବେ ନିଆଳି ବ୍ଲକ ଅଧିନସ୍ଥ ନିଭରଣ ଗାଁର ସ୍ବର୍ଗତ ଲୋଭାବତୀ ପରିଡ଼ା ଏକାଧାରାରେ ଜଣେ ପରୋପକାରୀ ମହିୟସୀ ମହିଳା ଥିଲେ ତାଙ୍କ ବିୟୋଗରେ ଅଞ୍ଚଳ ବାସୀ ଦୁଃଖ ପ୍ରକାଶ କରୁଥିବା ବେଳେ ରାଜ୍ୟର ବିଭନ୍ନ କୋଣାନୁକୋଣରୁ ବୁଦ୍ଧିଜୀବୀ, ସମାଜସେବୀ, ରାଜନେତା ଶ୍ରଦ୍ଧାଞ୍ଜଳୀ ଦେବା ପାଇଁ ଛୁଟି ଆସିଥିବା ଦେଖିବାକୁ ମିଳିଛି ।  ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ମା’ ଲୋଭାବତୀ ପରିଡ଼ାଙ୍କ ଦେହ କିଛି ଦିନ ପୂର୍ବେ ଅସୁସ୍ଥ ଥିବା ବେଳେ ଚିକିତ୍ସା ପାଇଁ ତାଙ୍କୁ କଟକ ସ୍ଥିତ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା ହେଲେ ୮୯ ବର୍ଷ ବୟସରେ ଗତ ୧୫ ତାରିଖରେ ଲୋଭାବତୀ ପରିଡ଼ା ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ତେବେ ଗତକାଲି ସନ୍ଧ୍ୟାରେ ପ୍ରଭାତି ପରିଡ଼ାଙ୍କ ନିଆଳି ନିଭରଣ ସ୍ଥିତ ବାପ ଘରେ ଏକାଦଶାହ ଅନୁଷ୍ଠିତ ହୋଇଥିଲା।