ଋତୁସ୍ରାବ ପାଇଁ ଗୋଟିଏ ଦିନ ଛୁଟି ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା
ସରକାରୀ ଓ ଘରୋଇ ମହିଳା କର୍ମଚାରୀ ଗୋଟିଏ ଦିନ ଛୁଟି ନେଇ ପାରିବେ |
କଟକ : କଟକ ପର୍ଯ୍ୟଟନର ହେବ ଉନ୍ନତି ଓ ବିକାଶ। କଟକରେ ବାରବାଟୀ ଦୁର୍ଗକୁ ମିଳିବ ଐତିହାସିକ ମାନ୍ୟତା। ଚଳିତବର୍ଷ ବାଲିଯାତ୍ରାକୁ ଆନ୍ତର୍ଜାତିକ ଉତ୍ସବର ମାନ୍ୟତା ମିଳିବ। ବୋଟ କ୍ଳବ ଓ ଅନ୍ୟାନ୍ୟ ପର୍ଯ୍ୟଟନ ସ୍ଥଳର ହେବ ବିକାଶ । ଆଜି ସୁଭଦ୍ରା ଯୋଜନାର ଆସିବ ଫିଡ଼ ବ୍ୟାକ।
ସାଧାରଣ ମହିଳାମାନଙ୍କ ପାଖରେ ବିନା ବାଟ ମାରଣାରେ ପହଂଚିବ ଯୋଜନା । ଜନତା ଓ ବୁଦ୍ଧିଜୀବୀଙ୍କ ମତ ଅନୁସାରେ SOP ଆସିବ। ଏହାଛଡ଼ା କର୍ମଜୀବୀ ମହିଳାମାନଙ୍କ ପାଇଁ ବଡ଼ ଘୋଷଣା କର୍ମଜୀବି ମହିଳାମାନଙ୍କୁ ଋତୁସ୍ରାବ ପାଇଁ ଗୋଟିଏ ଦିନ ଛୁଟି ଦିଆଯିବା ନେଇ ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସରକାରୀ ଓ ଘରୋଇ ମହିଳା କର୍ମଚାରୀ ଗୋଟିଏ ଦିନ ଛୁଟି ନେଇ ପାରିବେ |